ଅନଲାଇନ ଭିଡିଓ କଲରୁ ଆପଣଙ୍କ ସ୍ୱର ଚୋରି କରୁଛନ୍ତି ହ୍ୟାକର୍ସ, AI ଦ୍ୱାରା ହ୍ୟାକ୍ କରୁଛନ୍ତି ପାସଓ୍ଵାର୍ଡ
AI ଟେକ୍ନୋଲୋଜିର ବ୍ୟବହାର କରି ହ୍ୟାକରମାନେ ମୋବାଇଲ୍, ଲ୍ୟାପଟପ୍ ଏବଂ କମ୍ପ୍ୟୁଟରରେ ଗେମ୍ସ ମାଧ୍ୟମରେ କିମ୍ବା କୌଣସି ସୋସିଆଲ ମିଡିଆରୁ ମାଲୱେୟାର ପଠାଇ ଆପଣଙ୍କ ସ୍ୱରକୁ ବ୍ୟବହାର କରିପାରିବେ । ଏହା ବ୍ୟତୀତ ଜୁମ୍ ମିଟିଂ, ଗୁଗଲ ମିଟିଂ କିମ୍ବା କଥାବାର୍ତ୍ତାରେ ହେଉଥିବା ଅଡିଓ ମାଧ୍ୟମରେ ହ୍ୟାକରମାନେ ଆପଣଙ୍କ ସ୍ୱରକୁ ହ୍ୟାକ୍ କରୁଛନ୍ତି ।
AI ବର୍ତ୍ତମାନ ଏତେ ଅଧିକ ଆଡଭାନ୍ସ ହୋଇଛି ଯେ ଏହା ଆପଣଙ୍କ ଅଡିଓ ମାଧ୍ୟମରେ ଆପଣଙ୍କ ପାସୱାର୍ଡ ଜାଣି ପାରିବ । AI ଟେକ୍ନୋଲୋଜିର ବ୍ୟବହାର କରି ହ୍ୟାକରମାନେ ମୋବାଇଲ୍, ଲ୍ୟାପଟପ୍ ଏବଂ କମ୍ପ୍ୟୁଟରରେ ଗେମ୍ସ ମାଧ୍ୟମରେ କିମ୍ବା କୌଣସି ସୋସିଆଲ ମିଡିଆରୁ ମାଲୱେୟାର ପଠାଇ ଆପଣଙ୍କ ସ୍ୱରକୁ ବ୍ୟବହାର କରିପାରିବେ । ଏହା ବ୍ୟତୀତ ଜୁମ୍ ମିଟିଂ, ଗୁଗଲ ମିଟିଂ କିମ୍ବା କଥାବାର୍ତ୍ତାରେ ହେଉଥିବା ଅଡିଓ ମାଧ୍ୟମରେ ହ୍ୟାକରମାନେ ଆପଣଙ୍କ ସ୍ୱରକୁ ହ୍ୟାକ୍ କରୁଛନ୍ତି । ଏହା ପରେ AI ମାଧ୍ୟମରେ ଆପଣଙ୍କ ସ୍ୱରକୁ ବ୍ୟବହାର କରିପାରିବେ ।
ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତ୍ୟେକ କିବୋର୍ଡ଼ରେ ଭିନ୍ନ ଭିନ୍ନ ସାଉଣ୍ଡ ସିଷ୍ଟମ ରହିଥାଏ । ହ୍ୟାକର୍ସମାନେ ମାଲୱେୟାରରୁ ସେହି ସାଉଣ୍ଡକୁ କ୍ୟାଚ କରି ଆପଣଙ୍କ ପାସ୍ଓ୍ଵାର୍ଡ ଜାଣିପାରିବେ । ଏହା ବର୍ତ୍ତମାନ ସମୟରେ ଏବଂ ଆଗାମୀ ସମୟରେ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ସାଇବର ବିଶେଷଜ୍ଞ ଅଙ୍କୁର ପୁରାଣିକ ଏକ ବାର୍ତ୍ତାଳାପ ସମୟରେ ଏହି ମାଲୱେର୍ କିପରି କାମ କରେ ତାହା କହିଛନ୍ତି ।
AI କିପରି କାମ କରେ?
ଅଙ୍କୁର ପୁରାଣିକ କହିଛନ୍ତି ଯେ, ପ୍ରତ୍ୟେକ ବଟନ୍ର ନିଜସ୍ୱ ଏକ ସାଉଣ୍ଡ ଥାଏ, ଯାହା ମାଲୱେର୍ ମାଧ୍ୟମରେ କ୍ୟାଚ କରି ହ୍ୟାକରମାନେ ପାସୱାର୍ଡ ଖୋଜିଥାନ୍ତି । ଅର୍ଥାତ ଆପଣ ଷ୍ଟ୍ରଙ୍ଗ ପାସୱାର୍ଡ ରଖିଲେ ମଧ୍ୟ ଯଦି ଡିଭାଇସରେ ମାଲୱେର୍ ରହିଥାଏ, ତେବେ AI ମାଧ୍ୟମରେ ହ୍ୟାକର୍ସ ଆପଣଙ୍କ ପାସୱାର୍ଡ ଜାଣିପାରିବେ ।
ସାଇବର ବିଶେଷଜ୍ଞଙ୍କ ଅନୁଯାୟୀ, ରିସର୍ଚ୍ଚରୁ ଜଣା ପଡ଼ିଛି ଯେ କିବୋର୍ଡ଼ରେ ପ୍ରେସ କରାଯାଉଥିବା key ସାଉଣ୍ଡରୁ ପାସଓ୍ଵାର୍ଡ ଚିହ୍ନଟ କରାଯାଇପାରିବ । ରିସର୍ଚ୍ଚ ଭଏସ ରେକର୍ଡିଂ ବ୍ୟବହାର କରି ସିଷ୍ଟମ ତିଆରି କରେ, ଯାହା ୯୦ ପ୍ରତିଶତରୁ ଅଧିକ ଟାଇପ କରାଯାଇ ପାରିବ ।
ଏକ ରିସର୍ଚ୍ଚ ଅନୁସାରେ, ଜୁମ୍ରେ ଚାଟ କରୁଥିବା ସମୟରେ କମ୍ପ୍ୟୁଟର ପାସୱାର୍ଡ ଟାଇପ୍ କରିବା ସାଇବର ଆକ୍ରମଣ ପାଇଁ ଏକ ସହଜ ଉପାୟ ବାହାର କରିପାରେ । ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଟାଇପିଙ୍ଗର ଶବ୍ଦ ଶୁଣି କେଉଁ Key ଦବାଯାଉଛି ତାହା ଚିହ୍ନଟ କରିପାରିବ ।
ଏକ୍ସପର୍ଟ୍ସମାନେ କହିଛନ୍ତି ଯେ ଜୁମ୍ ପରି ଭିଡିଓ କନଫରେନ୍ସିଂ ଟୁଲର ବ୍ୟବହାର ବୃଦ୍ଧି ପାଇଛି ଏବଂ ବିଲ୍ଟ-ଇନ୍ ମାଇକ୍ରୋଫୋନର ଡିଭାଇସ୍ ଆସିଛି, ସାଉଣ୍ଡ ବେସ୍ଡ ସାଇବର ଆଟାକର ଆଶଙ୍କା ମଧ୍ୟ ବଢ଼ିଛି ।
ବର୍ତ୍ତମାନ ରିସର୍ଚ୍ଚର କହିଛନ୍ତି ଯେ ସେ ଏପରି ଏକ ସିଷ୍ଟମ ତିଆରି କରିଛନ୍ତି ଯାହା ସାଉଣ୍ଡ ରେକର୍ଡିଂ ଆଧାରରେ ୯୦% ରୁ ଅଧିକ ଆକ୍ୟୁରେସି ସହିତ ଲାପଟପ୍ କିବୋର୍ଡରେ କେଉଁ Key ଦବାଯାଉଛି ତାହା ଚିହ୍ନଟ କରିପାରିବ । ଯେଉଁଠାରେ AI ଆମ ଜୀବନକୁ ସହଜ କରୁଛି, ଅନ୍ୟ ପଟେ ହ୍ୟାକର୍ସ ଏହି ଟେକ୍ନୋଲୋଜିକୁ ବ୍ୟବହାର କରି ୟୁଜର୍ସଙ୍କୁ ହ୍ୟାକ କରିବାରେ ଲାଗିଛନ୍ତି ।