ମହକାଶରୁ ହିମାଳୟର ଫଟୋ ସେୟାର କଲେ ମହାକାଶଚାରୀ, ସୁନ୍ଦର ଫଟୋ ଦେଖି ଖୁସି ହେଉଛନ୍ତି ୟୁଜର
ମହାକାଶରୁ ହିମାଳୟର ଫଟୋ ପଠାଇଛନ୍ତି ଜଣେ ମହାକାଶଚାରୀ । ସେୟାର ହୋଇଥିବା ଏହି ଫଟୋଟି ଖୁବ ସୁନ୍ଦର ହୋଇଛି । ୟୁଏଇର ମହାକାଶଚାରୀ ସୁଲତାନ ଅଲ ନେୟାଦୀ, ଯିଏ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ଆଇଏସ୍ଏସ୍)ରେ ୬ମାସର ମିଶନରେ ଅଛନ୍ତି, ସେ ହିମାଳୟର ଏକ ସୁନ୍ଦର ଫଟୋ ଟ୍ୱିଟରରେ ସେୟାର କରିଛନ୍ତି ।
ମହାକାଶରୁ ହିମାଳୟ କେମିତି ଦେଖାଯାଏ । ଆପଣ କେବେ ଭାବିଛନ୍ତି କି ସୁଉଚ୍ଚ ହିମାଳୟର ଦୃଶ୍ୟ ମହାକାଶରୁ କିପରି ହୋଇଥିବ । ତେବେ ମହାକାଶରୁ ହିମାଳୟର ଫଟୋ ପଠାଇଛନ୍ତି ଜଣେ ମହାକାଶଚାରୀ । ସେୟାର ହୋଇଥିବା ଏହି ଫଟୋଟି ଖୁବ ସୁନ୍ଦର ହୋଇଛି । ୟୁଏଇର ମହାକାଶଚାରୀ ସୁଲତାନ ଅଲ ନେୟାଦୀ, ଯିଏ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ଆଇଏସ୍ଏସ୍)ରେ ୬ମାସର ମିଶନରେ ଅଛନ୍ତି, ସେ ହିମାଳୟର ଏକ ସୁନ୍ଦର ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ଏହି ଫଟୋ ଗୁଡ଼ିକ, ପର୍ବତ ଶିଖରର ସୌନ୍ଦର୍ଯ୍ୟକୁ କ୍ୟାପଚର କରି ମୋବାଇଲ ବ୍ୟବହାରକାରୀମାନଙ୍କୁ ଖୁସି କରିଛି ।
ଏଭରେଷ୍ଟ ହେଉଛି ଶିଖରର ଘର । ପୃଥିବୀର ସମୁଦ୍ର ପତ୍ତନଠାରୁ ସର୍ବୋଚ୍ଚ ସ୍ଥାନ ହେଉଛି ଏଭେରେଷ୍ଟ । ଏହି ପର୍ବତଗୁଡିକ ଆମ ଗ୍ରହର ସମୃଦ୍ଧ ପ୍ରକୃତିର ଅନ୍ୟତମ ପ୍ରତୀକ ବୋଲି ଟ୍ୱିଟରରେ ଫଟୋ ସେୟାର କରିବା ସମୟରେ ସୁଲତାନ ଅଲ ନେୟାଦି ଲେଖିଛନ୍ତି । ଫଟୋ ଗୁଡ଼ିକ ତୁଷାର ଆଚ୍ଛାଦିତ ହିମାଳୟକୁ ମେଘର ପୃଷ୍ଠଭୂମିରେ ଆଚ୍ଛାଦିତ କରି ଏକ ଚମତ୍କାର ଦୃଶ୍ୟ ସୃଷ୍ଟି କରିଛି ଯାହା ମହାକାଶରୁ ପ୍ରକୃତିର ସୌନ୍ଦର୍ଯ୍ୟ ଦେଖାଉଛି ।
ସେୟାର ହୋଇଥିବା ଏହି ଫଟୋରେ ଅନେକ ୟୁଜର ନିଜର ମତ ରଖିଛନ୍ତି । ଏହାକୁ ଏକ ଆଶ୍ଚର୍ଯ୍ୟକର ଫଟୋ କହିଛନ୍ତି । ଜଣେ ୟୁଜର କମେଣ୍ଟରେ କହିଛନ୍ତି ଯେ, ଆମ ନୀଳ ବିଶାଳ ପୃଥିବୀର ଏହି ସୁନ୍ଦର ଫଟୋ ଆମକୁ ପଠାଇବା ଜାରି ରଖିଥିବାରୁ ବହୁତ ଧନ୍ୟବାଦ। ଅନ୍ୟଜଣେ ଏହି ଫଟୋକୁ ପ୍ରକୃତରେ ଗ୍ରାଣ୍ଡ ଫଟୋଗ୍ରାଫ୍ ବୋଲି କହିଛନ୍ତି । ଫଟୋଗୁଡ଼ିକ ଅଗଷ୍ଟ ୧୨ରେ ଟ୍ୱିଟରରେ ସେୟାର କରାଯାଇଥିଲା । ପୋଷ୍ଟ ହେବା ପରଠାରୁ, ଏହି ଫଟୋ ୪୮ ହଜାରରୁ ଅଧିକ ଭ୍ୟୁ ପାଇଛି ଏବଂ ସଂଖ୍ୟା ଏବେ ମଧ୍ୟ ବୃଦ୍ଧି ପାଉଛି । ଏହା କିନ୍ତୁ ପ୍ରଥମ ଥର ନୁହେଁ ଯେ ଜଣେ ମହାକାଶଚାରୀ ମହାକାଶରୁ ଏଭଳି ଫଟୋ ସେୟାର କରିଛନ୍ତି । ଏହାପୂର୍ବରୁ ନାସା ମହାକାଶଚାରୀ ଜୋଶ କାସଡା ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ଆଇଏସ୍ଏସ୍)ରୁ ଅରୋରା ବୋରାଲିସର ଏକ ସୁନ୍ଦର ଫଟୋ ସେୟାର କରିଥିଲେ ।
The Himalayas from space 🏔️
Home to the Everest summit, the highest point above sea level on earth, these mountains are one of the iconic landmarks of our planet’s rich nature. pic.twitter.com/DiQqz0L95b
— Sultan AlNeyadi (@Astro_Alneyadi) August 12, 2023