Below header

ସଚିନ୍‌ଙ୍କ ଘରେ ତ୍ରିରଙ୍ଗା ଉଡ଼ାଇଲେ ସୀମା ହାଇଦର, କହିଲେ, ‘ଭାରତ ମାତା ଜୀ ଜୟ’

ଭାରତ ଆସି ତ୍ରିରଙ୍ଗା ଉଡ଼ାଇଛନ୍ତି ସୀମା ହାଇଦର। ପାକିସ୍ତାନରୁ ନିଜ ୪ ସନ୍ତାନଙ୍କୁ ଧରି ଅବୈଧ ରୂପେ ଭାରତରେ ପ୍ରବେଶ କରିଥିବା ସୀମା ଏଠାରେ ନିଜ ପ୍ରେମିକ ସଚିନ୍‌ଙ୍କ ଘରେ ତ୍ରିରଙ୍ଗା ଉଡ଼ାଇଛନ୍ତି ଏବଂ ‘ଭାରତ ମାତା କୀ ଜୟ’ର ସ୍ଲୋଗାନ୍‌ ଦେଇଛନ୍ତି।

ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ ଅଧୀନରେ ସୀମା ଓ ସଚିନ୍‌ ଘର ଉପରେ ଜାତୀୟ ପତାକା ଲଗାଇଛନ୍ତି। କରାଚିର ସୀମା ଏବେ ଗ୍ରେଟର୍‌ ନୋଏଡାର ରବୁପୁରାରେ ସଚିନ୍‌ ମିଣାଙ୍କ ସହିତ ରହୁଛନ୍ତି।

ସୀମାଙ୍କ ଉପରେ ଭାରତରେ ଅବୈଧ ରୂପେ ପ୍ରବେଶ କରିବା ଏବଂ ସଚିନ୍‌ଙ୍କ ଉପରେ ଅବୈଧ ପ୍ରବାସୀଙ୍କୁ ଶରଣ ଦେବା ନେଇ ମାମଲା ରୁଜୁ ହୋଇଛି। ପୋଲିସ ଉଭୟଙ୍କୁ ଜେଲ୍‌ ପଠାଇ ଦେଇଥିଲା, କିନ୍ତୁ ପରେ ସେମାନଙ୍କୁ ଜାମିନ୍‌ ମିଳିଥିଲା। ଉଭୟେ ୨୦୧୯ରେ ଅନ୍‌ଲାଇନ ଗେମ୍‌ ପବ୍‌ଜୀ ମାଧ୍ୟମରେ ପରସ୍ପରର ସମ୍ପର୍କରେ ଆସିଥିଲେ।

ସଚିନ୍‌ଙ୍କ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ନେଇ ସୀମା ହାଇଦର କହିଛନ୍ତି, ଆଜି ମୁଁ ନିଜ ଘରେ ତ୍ରିରଙ୍ଗା ଉଡ଼ାଇଛି। ମୁଁ ହିନ୍ଦୁସ୍ତାନୀ। ଏହି ଅବସରରେ ସେ ହିନ୍ଦୁସ୍ତାନ ଜିନ୍ଦାବାଦର ସ୍ଲୋଗାନ୍‌ ଦେଇଥିଲେ ଏବଂ କହିଥିଲେ କି, ଯଦି ମଉକା ମିଳେ, ତେବେ ଗଦର-୨ ଫିଲ୍ମ ଦେଖିବାକୁ ନିଶ୍ଚୟ ଯିବି। ସୀମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୟର ନାରା ମଧ୍ୟ ଦେଇଥିଲେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.