ଫିଲ୍ମ ଜବାନର ନୂଆ ଗୀତ ‘ଚଲେୟା ତେରୀ ଔର’ ରିଲିଜ, ନୟନତାରାଙ୍କ ସହିତ ପୁରୁଣା ଅବତାରରେ ନଜର ଆସିଲେ ଶାହରୁଖ

ଶାହରୁଖଙ୍କ ଅପକମିଂ ଫିଲ୍ମ ‘ଜବାନ’ର ନୂଆ ଗୀତ ‘ଚଲେୟା ତେରୀ ଔର’ ରିଲିଜ ହୋଇଛି । ଏହି ଗୀତରେ ଶାହରୁଖ ନୟନତାରାଙ୍କ ସହିତ ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି । ‘ଚଲେୟା ତେରୀ ଔର’ ଗୀତରେ ଶାହରୁଖ ଏବଂ ନୟନତାରା ଯୋଡିକୁ ଫ୍ୟାନ୍ସ ପ୍ରଶଂସା କରୁଛନ୍ତି ।

ଶାହରୁଖଙ୍କ ଅପକମିଂ ଫିଲ୍ମ ‘ଜବାନ’ର ନୂଆ ଗୀତ ‘ଚଲେୟା ତେରୀ ଔର’ ରିଲିଜ ହୋଇଛି । ଏହି ଗୀତରେ ଶାହରୁଖ ନୟନତାରାଙ୍କ ସହିତ ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି । ପୂର୍ବରୁ ଏହି ଫିଲ୍ମର ଗୀତ ଜିନ୍ଦା ବନ୍ଦା ରିଲିଜ ହୋଇଥିଲା । ଯାହା ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଥିଲା ।

କିଛିଦିନ ପୂର୍ବରୁ ଶାହରୁଖ ସୋସିଆଲ ମିଡିଆରେ ଜରିଆରେ ଗୀତର ଘୋଷଣା କରିଥିଲେ । ଆଜି ରିଲିଜ ହେବାକୁ ଥିବା ଗୀତର କିଛି କିଛି ଝଲକ ମଧ୍ୟ ସେୟାର କରୁଥିଲେ । ଜିନ୍ଦା ବନ୍ଦା ଗୀତରେ ଶାହରୁଖ ଖୁବ୍‌ ଏନର୍ଜିଟିକ୍‌ ଲାଗୁଥିଲେ ।


‘ଚଲେୟା ତେରୀ ଔର’ ଗୀତରେ ଶାହରୁଖ ଏବଂ ନୟନତାରା ଯୋଡିକୁ ଫ୍ୟାନ୍ସ ପ୍ରଶଂସା କରୁଛନ୍ତି । ଦୁହିଁଙ୍କ କେମେଷ୍ଟ୍ରୀକୁ ଫ୍ୟାନ୍ସ ପସନ୍ଦ କରୁଛନ୍ତି । ଶାହରୁଖ ରୋମାନ୍ସ କିଙ୍ଗ ଭାବେ ଜଣାଶୁଣା । ବିନା ରୋମାନ୍ସରେ ଶାହରୁଖଙ୍କ ଗୀତ ଅଧୁରା । ଜବାନ ଆକ୍ସନ ଫିଲ୍ମ ହୋଇଥିବା ସତ୍ତେ ମଧ୍ୟ ଏଥିରେ କିଙ୍ଗ ଖାନଙ୍କ ରୋମାନ୍ସ ଦେଖିବାକୁ ମିଳିବ ।

ସୂଚନା ମୁତାବକ, ଯବାନ ଫିଲ୍ମ ସେପ୍ଟେମ୍ବର ୭ ତାରିଖରେ ରିଲିଜ ହେବ । ଏହି ଫିଲ୍ମରେ ଶାହରୁଖଙ୍କ ସହିତ ନୟନତାରା ନଜର ଆସିବେ । ଦୀପିକା ମଧ୍ୟ ଏଥିରେ କେମିଓ କରୁଥିବାର ନଜର ଆସିବେ ।  ଏହି ଫିଲ୍ମରେ ଶାହରୁଖ ଖାନ ଛଡା ସାଉଥ ଷ୍ଟାର ନୟନତାରା, ବିଜୟ ସେତୁପତି, ସାନ୍ୟା ମଲହୋତ୍ରା, ପ୍ରିୟାମଣି, ଯୋଗୀ ବାବୁ ସାମିଲ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.