ରାହୁଲଙ୍କ ହାଇଭୋଲ୍ଟେଜ୍ ଆଟାକ ପରେ ବିଜେଡି-ବିଜେପିର କାଉଣ୍ଟର ଆଟାକ୍

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତରେ ଟାର୍ଗେଟରେ ଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଉଭୟ ମୋଦି ଓ ନବୀନଙ୍କର ରାହୁଲ ସମାଲୋଚନା କରିଥିଲେ । ବିଜେଡି କହିଛି କଂଗ୍ରେସ ବିଚଳିତ ହୋଇପଡିଛନ୍ତି । ବିଜେପି କହିଛି ପରିବାରବାଦ ରାଜନୀତିରେ ବିଶ୍ୱାସ କରୁଥିବା ରାହୁଲ ଏଭଳି କହିବା ହାସ୍ୟାସ୍ପଦ ।

ରାହୁଲ ଉଭୟ ଭୁବନେଶ୍ୱର ଟାଉନ ହଲ୍ ଓ ତମାଣ୍ଡୋ ପରିବର୍ତ୍ତନ ସଂକଳ୍ପ ସମାବେଶରେ ନବୀନ ଓ ମୋଦିଙ୍କୁ ଟାର୍ଗେଟ କରିଥିଲେ । କହିଥିଲେ ନବୀନ ମୋଦିଙ୍କର ଏକ ଅବତାର । ଉଭୟଙ୍କ ଶାସନ ତରିକା ଏକ । ଏହାର ଜବାବ ରଖିଛନ୍ତି ଉଭୟ ବିଜେଡି ଓ ବିଜେପି । ବିଜେଡି କହିଛି କଂଗ୍ରେସ ବିଚଳିତ ହୋଇପଡିଛି । ରାହୁଲ ହତୋତ୍ସାହିତ ହୋଇ ଏଭଳି ମନ୍ତବ୍ୟ ରଖିଛନ୍ତି । ସେହିପରି ବିଜେପି କହିଛି ପରିବାରବାଦ ରାଜନୀତି କରୁଛି କଂଗ୍ରେସ । ଗାନ୍ଧୀ ପରିବାର ଏକଛତ୍ରବାଦ ଚଳାଇଛନ୍ତି ।

rahu

ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଉଭୟ ବିଜେପି ଓ ବିଜେଡି ଏବେ କଂଗ୍ରେସକୁ ଭୟ କରୁଛନ୍ତି । ସେଥିପାଇଁ ସେମାନେ ଏଭଳି ମନ୍ତବ୍ୟ ଦେଉଛନ୍ତି ।ରାହୁଲଙ୍କ ଗସ୍ତ ପରେ ଏବେ ରାଜ୍ୟ କଂଗ୍ରେସ କର୍ମୀ ଉତ୍ସାହିତ ହୋଇପଡ଼ିଛନ୍ତି । ସେମାନେ ତାଙ୍କ ବାର୍ତ୍ତାକୁ କିପରି ଲୋକଙ୍କ ପାଖରେ ପହଞ୍ଚାଇବେ ଓ ଭୋଟରେ ପରିବର୍ତ୍ତନ କରିବେ ତାହା ସମୟ କହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.