ଚଳନ୍ତା ବସରେ ଲାଗିଲା ନିଆଁ, ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ
ଚଳନ୍ତା ବସରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବସଷ୍ଟାଣ୍ଡ ନିକଟରେ ନିଆଁ ଲାଗିଥିବା ସୂଚନା ମିଳିଛି। ଚକା ଫାଟି ହଠାଥ୍ ନିଆଁ ଲାଗିଯାଇଥିଲା।
କୋରାପୁଟ (କେନ୍ୟୁଜ): ଚଳନ୍ତା ବସରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବସଷ୍ଟାଣ୍ଡ ନିକଟରେ ନିଆଁ ଲାଗିଥିବା ସୂଚନା ମିଳିଛି। ଚକା ଫାଟି ହଠାଥ୍ ନିଆଁ ଲାଗିଯାଇଥିଲା। ହେଲେ ଏତେ ବଡ଼ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ବସଟି ହାଇଦ୍ରାବାଦରୁ ସିନାପାଲି ଯାଉଥିବାବେଳେ ହତାଠ୍ ଏହି ଅଘଟଣ ଘଟିଥିଲା।