ବିକ୍ରମ ଲ୍ୟାଣ୍ଡରରୁ ଅଲଗା ହେଲା ପ୍ରଜ୍ଞାନ, ଚନ୍ଦ୍ରରେ ଘୁରି ଘୁରି ସଂଗ୍ରହ କରିବ ତଥ୍ୟ

ଇସ୍ରୋ ଦେଇଥିବା ଟ୍ବିଟ୍ ସମସ୍ତଙ୍କ ପାଇଁ ଆଉ ଏକ ଖୁସି ଖବର ଆଣିଛି ଏବଂ ଏହା ମିଶନର ସଫଳତାକୁ ଦର୍ଶାଉଛି । ଲ୍ୟାଣ୍ଡରରୁ ଅଲଗା ହୋଇଛି ରୋଭର ପ୍ରଜ୍ଞାନ । ଇସ୍ରୋ ତରଫରୁ ଘୋଷଣା ହୋଇଛି ଯେ ରୋଭର ପ୍ରଜ୍ଞାନ ବିକ୍ରମ ଲ୍ୟାଣ୍ଡରରୁ ଅଲଗା ହୋଇ କାମ ଆରମ୍ଭ କରିଛି ।

ଭାରତର ସ୍ପେସ ଏଜେନ୍ସି ଇଣ୍ଡିଆନ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନର ମିଶନ ଚନ୍ଦ୍ରୟାନ-୩ ସଫଳ ହୋଇଛି । ଏବଂ ବତ୍ତର୍ମାନ ପ୍ରକୃତ କାର୍ଯ ଆରମ୍ଭ ହୋଇଛି । ଲ୍ୟାଣ୍ଡରରୁ ଅଲଗା ହୋଇଛି ରୋଭର ପ୍ରଜ୍ଞାନ । ଇସ୍ରୋ ତରଫରୁ ଘୋଷଣା ହୋଇଛି ଯେ ରୋଭର ପ୍ରଜ୍ଞାନ ବିକ୍ରମ ଲ୍ୟାଣ୍ଡରରୁ ଅଲଗା ହୋଇ କାମ ଆରମ୍ଭ କରିଛି । ଇସ୍ରୋ ଦେଇଥିବା ଟ୍ବିଟ୍ ସମସ୍ତଙ୍କ ପାଇଁ ଆଉ ଏକ ଖୁସି ଖବର ଆଣିଛି ଏବଂ ଏହା ମିଶନର ସଫଳତାକୁ ଦର୍ଶାଉଛି । ବର୍ତ୍ତମାନ ଚନ୍ଦ୍ରପୃଷ୍ଠର ତଥ୍ୟ ସଂଗ୍ରହ କରିବ ରୋଭର ।

ଚନ୍ଦ୍ରାୟନ-୩ ମିଶନ ବିଷୟରେ ଇସ୍ରୋ ଦ୍ବାରା ଜାରି କରାଯାଇଥିବା ଟ୍ବିଟରରେ କୁହାଯାଇଛି ଯେ, ଚନ୍ଦ୍ରୟାନ-୩ର ରୋଭର ମେଡ ଇନ୍ ଇଣ୍ଡିଆ, ମେଡ ଫର ଦ ମୁନ୍ । ଚନ୍ଦ୍ରୟାନ-୩ ର ରୋଭର ଲ୍ୟାଣ୍ଡରରୁ ଅଲଗା ହୋଇ ଚନ୍ଦ୍ର ଉପରେ ବୁଲୁଛି । ଖୁବଶୀଘ୍ର ଅଧିକ ଅପଡେଟ ସାମ୍ନାକୁ ଆସିବ ।

ବୁଧବାର ସନ୍ଧ୍ୟାରେ ଚନ୍ଦ୍ରାୟନ-୩ ଇତିହାସ ସୃଷ୍ଟି କରିଥିଲା । ଚନ୍ଦ୍ରାୟନ -୩ର ବିକ୍ରମ ଲ୍ୟାଣ୍ଡର ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ପୋଲରେ ଲ୍ୟାଣ୍ଡ କରିଥିଲା । ଚନ୍ଦ୍ରର ଏହି ଭାଗରେ ଲ୍ୟାଣ୍ଡ କରିବାରେ ଭାରତ ପୃଥିବୀର ପ୍ରଥମ ଦେଶ ହୋଇଛି , ସଫଳ ଲ୍ୟାଣ୍ଡ କରିବାର ପ୍ରାୟ ଦୁଇ ଘଣ୍ଟା ପରେ ପ୍ରଜ୍ଞାନ ରୋଭର ଲ୍ୟାଣ୍ଡରରୁ ଅଲଗା ହୋଇଥିଲା । ବର୍ତ୍ତମାନ ପ୍ରଜ୍ଞାନ ରୋଭର ଏହାର କାର୍ଯ୍ୟ ଆରମ୍ଭ କରିଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.