Below header

ରାଧାଷ୍ଟମୀ: ବରସାନାରେ ରାଧାରାଣୀଙ୍କ ଜନ୍ମ ଉତ୍ସବ; ପଞ୍ଚାମୃତରେ ହେଲା ଲାଡ୍‌ଲି ଜୀଙ୍କ ମହାଭିଷେକ

ମଥୁରାର ସମଗ୍ର ବ୍ରଜ ଅଞ୍ଚଳରେ ଆଜି ରାଧାଷ୍ଟମୀ ପାଳନ କରାଯାଉଛି । ଭାଦ୍ରବ ମାସର ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ବିଶ୍ୱ ପ୍ରସିଦ୍ଧ ଲାଡଲୀ ଜି ମନ୍ଦିରରେ ଭୋର ୪ଟାରେ ରାଧାରାଣୀଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି । ପ୍ରାତଃ କାଳରେ ମନ୍ଦିରର ସେବାୟତମାନେ ରାଧାରାଣୀଙ୍କ ଦିବ୍ୟ ବିଗ୍ରହର ପଞ୍ଚାମୃତ କରିବା ସହ ମହାଭିଷେକ କରିଥିଲେ।

ମଥୁରାର ସମଗ୍ର ବ୍ରଜ ଅଞ୍ଚଳରେ ଆଜି ରାଧାଷ୍ଟମୀ ପାଳନ କରାଯାଉଛି । ଭାଦ୍ରବ ମାସର ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ବିଶ୍ୱ ପ୍ରସିଦ୍ଧ ଲାଡଲୀ ଜି ମନ୍ଦିରରେ ଭୋର ୪ଟାରେ ରାଧାରାଣୀଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି । ପ୍ରାତଃ କାଳରେ ମନ୍ଦିରର ସେବାୟତମାନେ ରାଧାରାଣୀଙ୍କ ଦିବ୍ୟ ବିଗ୍ରହର ପଞ୍ଚାମୃତ କରିବା ସହ ମହାଭିଷେକ କରିଥିଲେ। ଶ୍ରୀରାଧାଙ୍କ ଜନ୍ମ ଉତ୍ସବ ପାଳନ ପାଇଁ ମନ୍ଦିରରେ ଶହ ଶହ ସଂଖ୍ୟାରେ ଭକ୍ତ ପହଞ୍ଚି ମା’ଙ୍କ ଆଶୀର୍ବାଦ ନେଇଥିଲେ ।

ରାଧାରାଣୀଙ୍କ ଧାମ ‘ବରସାନା’ରେ ରାଧାଙ୍କ ଜନ୍ମ ଅଭିଷେକ ବ୍ରାହ୍ମ ମୁହୂର୍ତ୍ତରେ ବିଧି ପୂର୍ବକ ସମ୍ପନ୍ନ ହୋଇଥିଲା । ମନ୍ଦିରର ପୂଜାରୀମାନେ ପ୍ରାୟ ୧ ଘଣ୍ଟା ଧରି ରାଧାରାଣୀଙ୍କ ବିଗ୍ରହକୁ ପଞ୍ଚାମୃତରେ ଅଭିଷେକ କରିଥିଲେ । ଏହା ସହ ଦେଶ ବିଦେଶରୁ ଆସିଥିବା ଭକ୍ତମାନେ ରାଧାରାଣୀଙ୍କ ଅଭିଷେକର ଦର୍ଶନ କରିଥିଲେ।

ଭାଦ୍ରବ ମାସ ଶୁକ୍ଳ ପକ୍ଷର ଅଷ୍ଟମୀ ତିଥିକୁ ରାଧାରାଣୀଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଏ । ଜନ୍ମାଷ୍ଟମୀ ଭଳି ରାଧାଷ୍ଟମୀର ବ୍ରତ ମଧ୍ୟ ରଖାଯାଏ ଏବଂ ରାଧାକୃଷ୍ଣଙ୍କୁ ପୂଜା ଅର୍ଚ୍ଚନା କରାଯାଏ । ତେବେ ମଥୁରାର ବରସାନା ଗ୍ରାମରେ ବହ୍ମଚଳ ପର୍ବତରେ ରାଧାରାଣୀଙ୍କ ହଜାର ବର୍ଷର ପୁରୁଣା ମନ୍ଦିର ରହିଛି। ମନ୍ଦିରରେ ରାଧାଷ୍ଟମୀ ମହୋତ୍ସବରେ ପ୍ରାତଃ ୪ଟାରେ ମୂଳ ନକ୍ଷତ୍ରରେ କ୍ଷୀର, ଦହି, ଘିଅ, ମହୁ, ଚିନି ଆଦି ସାମଗ୍ରୀରେ ରାଧାଙ୍କ ବିଗ୍ରହର ମହାଭିଷେକ ବୈଦିକ ରୀତିନୀତିରେ କରଯାଇଥିଲା ।

କୁହାଯାଏ ଯେ ରାଧାରାଣୀଙ୍କ ଜନ୍ମ ମୂଳ ନକ୍ଷତ୍ରରେ ହୋଇଥିଲା । ସେଥିପାଇଁ ମୂଳ ଶାନ୍ତି ପାଇଁ ପଦ୍ମ ସିଂହାସନରେ ରାଧାରାଣୀଙ୍କୁ ବିରାଜମାନ କରାଯାଏ। ଜନ୍ମ ଉତ୍ସବ ଅବସରରେ ୨୭ଟି କୂଅର ପାଣି, ୨୭ଟି ଗଛର ପତ୍ରକୁ ପଞ୍ଚାମୃତ ସହ ମିଶାଇ ରାଧାରାଣୀଙ୍କ ମହାଭିଷେକ କରାଯାଇଥିଲା। ପ୍ରାୟ ୧ ଘଣ୍ଟା ଧରି ଏହି ଅଭିଷେକ ଚାଲିଥିଲା। ଭକ୍ତମାନେ ଏହି ସମୟରେ ବିରଳ ଦର୍ଶନ କରିବାକୁ ସୁଯୋଗ ପାଇଥିଲେ। ତେବେ ସାରା ବିଶ୍ୱରେ ଜନ୍ମାଷ୍ଟମୀର ଠିକ୍ ୧୫ ଦିନ ପରେ ରାଧାଷ୍ଟମୀ ପାଳନ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.