୩୦ ପରେ ମହିଳାମାନଙ୍କୁ କାହିଁକି କୋଲେଜନ ନେବା ଉଚିତ: ଜାଣନ୍ତୁ କାରଣ

କୋଲେଜନ ଅଭାବ ଚର୍ମ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡିଥାଏ । ଏହା ଶରୀରର ଟେଣ୍ଡସ, ଫ୍ୟାଟ, ଗଣ୍ଠି ଏବଂ ଲିଗାମେଣ୍ଟରେ ମିଳିଥାଏ । ଏହା ଆମ ଚର୍ମ, ନଖ, ଏବଂ କେଶକୁ ସଶକ୍ତ ରଖିବାରେ ସାହାଯ୍ୟ କରେ।

ଶରୀରକୁ ସୁସ୍ଥ ରଖିବା ପାଇଁ କୋଲେଜନ ବହୁତ ଜରୁରୀ ହୋଇଥାଏ । ଏହାର ଅଭାବରେ ଶରୀରର ହାଡ ଦୁର୍ବଳ ହୋଇଯାଏ । କୋଲେଜନ ଅଭାବ ଚର୍ମ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡିଥାଏ । ଏହା ଶରୀରର ଟେଣ୍ଡସ, ଫ୍ୟାଟ, ଗଣ୍ଠି ଏବଂ ଲିଗାମେଣ୍ଟରେ ମିଳିଥାଏ । ଏହା ଆମ ଚର୍ମ, ନଖ, ଏବଂ କେଶକୁ ସଶକ୍ତ ରଖିବାରେ ସାହାଯ୍ୟ କରେ। ଆମ ଶରୀର ସ୍ୱାଭାବିକ ଭାବରେ କୋଲେଜନତିଆରି କରେ କିନ୍ତୁ ୩୦ ବର୍ଷ ପରେ ଏହା ସୃଷ୍ଟି କରିବା  କମ ହୋଇଥାଏ । ଏହି କାରଣରୁ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ । ତେବେ ଆସନ୍ତୁ ଜାଣିବା କାହିଁକି ୩୦ ବର୍ଷ ପରେ ଆମକୁ କୋଲେଜନ ନେବା ଦରକାର ?

ସ୍କିନରେ ଭଲ ପ୍ରଭାବ: କୋଲେଜନ ଚର୍ମର ଇଲାସ୍ଟିସିଟି ଏବଂ ହାଇଡ୍ରେସନ୍ ବଜାୟ ରଖିଥାଏ । ଶରୀରରେ କୋଲେଜନ କମ ହେଲେ ଚର୍ମରେ ଢିଲା ହେବା ଏବଂ କୁଞ୍ଚନ ଦେଖାଯାଇଥାଏ । ନିଜ ଡାଏଟରେ କୋଲେଜନ ସାମିଲ କରିବା ଦ୍ୱାରା ଆପଣ ନିଜ ତ୍ୱଚାର ଧ୍ୟାନ ରଖିପାରିବେ। ଏହା ଆଣ୍ଟି ଏଜିଙ୍ଗ କାମ କରିଥାଏ।

ମଜବୁତ କେଶ ଏବଂ ନଖ: କୋଲେଜନ ଆମ କେଶ ଏବଂ ନଖ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଶରୀରରେ କୋଲେଜନ ଅଭାବରୁ ନଖ ସୁବିଧାରେ ଭାଙ୍ଗିଯାଇଥାଏ ଏବଂ କେଶ ଦୁର୍ବଳ ହୋଇଯାଏ । ସେଥିପାଇଁ କୋଲେଜନ ନେବା ଦରକାର ।

ଗଣ୍ଠିରେ ପ୍ରଭାବ: କର୍ଟିଲେଜ, କୋଲେଜନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ଆମ ଗଣ୍ଠିକୁ ସୁରକ୍ଷା ଦେଇଥାଏ।

ହାଡ ମଜବୁତ କରେ: ଆମ ହାଡରେ ବି କୋଲେଜନ ରହିଥାଏ । ଏହା ଦ୍ୱାରା ହାଡକୁ ଗଠନ ଏବଂ ଶକ୍ତି ମିଳିଥାଏ। ୩୦ ବର୍ଷ ପରେ ବୋନ ଡେନସିଟି କମିବାକୁ ଲାଗିଥାଏ ।

ପେଟ ପାଇଁ ଗୁରୁତ୍ୱପୂର୍ଣ୍ଣ: କୋଲେଜନରେ ଅମିନୋ ଏସିଡ ଥାଏ, ଯାହା ପେଟ ପାଇଁ ବହୁତ ଲାଭଦାୟୀ। ବୟସ ବଢିବା ଦ୍ୱାରା ପେଟ ସମସ୍ୟା ଦେଖାଯିବା ଆରମ୍ଭ ହୋଇଯାଏ । ହଜମ କରିବା ଶକ୍ତି କମିଯାଇଥାଏ । କୋଲେଜନ ନେବା ଦ୍ୱାରା ଆମ ଅନ୍ତଃନଳୀ ସୁସ୍ଥ ରହିଥାଏ ଏବଂ ଠିକ ଭାବରେ ଖାଦ୍ୟ ହଜମ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.