Below header

ରିଷ୍ଟ ଖଣ୍ଡନ କରିବାକୁ ଆସି କଲେ ଦୁଷ୍କର୍ମ ଉଦ୍ୟମ

ବାଙ୍କୀ ଥାନା ଅନ୍ତର୍ଗତ ନାରଗାଙ୍ଗ ଗାଁର ମହାଦେବ ମନ୍ଦିର ରେ ଦୈନିକ ପୂଜା କରିବାକୁ ନିକଟସ୍ଥ ତୁଳସୀପୁର ଗାଁର ଶିବ ରଣା ନାମକ ମାଳି ପୁଜା କରିବାକୁ ଆସନ୍ତି।

ତୁମର ଘାତ ଚନ୍ଦ୍ର ଅଛି ରିଷ୍ଟ ଖଣ୍ଡନ ଦରକାର…
ରିଷ୍ଟ ଖଣ୍ଡନ ନାଁରେ ଭିଡିନେଲେ ବାବା…
ରିଷ୍ଟ ଖଣ୍ଡନ କରିବାକୁ ଆସି କଲେ ଦୁଷ୍କର୍ମ ଉଦ୍ୟମ…

ବାଙ୍କି (କେନ୍ୟୁଜ) : ନାବାଳିକା ହାତ ଦେଖି ଭାଗ୍ୟ କଳନା କଲେ ଆଉ ଏକୁଟିଆ ପାଇ ବନ୍ଦ ଘର ଭିତରକୁ ଭିଡିନେଲେ । ଦୁଷ୍କର୍ମ ଉଦ୍ୟମ କରିବାରୁ ଚିତ୍କାର କଲା ନାବାଳିକା । ଯାହାପରେ ଖୁଣ୍ଟରେ ବନ୍ଧା ହେଲେ ରିଷ୍ଟ ଖଣ୍ଡନକାରୀ ବାବା । ବାଙ୍କୀ ଥାନା ଅନ୍ତର୍ଗତ ନାରଗାଙ୍ଗ ଗାଁର ମହାଦେବ ମନ୍ଦିର ରେ ଦୈନିକ ପୂଜା କରିବାକୁ ନିକଟସ୍ଥ ତୁଳସୀପୁର ଗାଁର ଶିବ ରଣା ନାମକ ମାଳି ପୁଜା କରିବାକୁ ଆସନ୍ତି। ସେଦିନ ବି ଗାଁକୁ ପୂଜା କରିବାକୁ ଆସିଥିଲେ ବାବା । ମହାଦେବ ମନ୍ଦିର ପୂଜା ସାରି ଜଣେ ନାବାଳିକାଙ୍କ ଘରେ ପହଁଚିଥିଲେ । ନାବାଳିକାଙ୍କୁ ଦେଖି ତାଙ୍କର ବେଳା ଖରାପ ଥିବା କହିଥିଲେ ଆଉ ଏମିତିକି ନାବାଳିକାଙ୍କ ହାତ ଧରି ଭାଗ୍ୟ ଭଲ ନଥିବା କଥା କହିଥିଲେ । ତେଣୁ ଏଥିପାଇଁ ରିଷ୍ଟ ଖଣ୍ଡନ କରିବାକୁ ପଡିବ ।

କଦଳୀ ପତ୍ର ଠାରୁ ଫୁଲ ପାଇଁ ସବୁକିଛି ଆଣିବାକୁ କହିଥିଲେ ବାବା । ଆଉ ପରେ ଅନ୍ଧାର ଘର ଭିତରକୁ ନାବାଳିକାଙ୍କୁ ଭିଡି ନେଇଥିଲେ । ଗରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କ ସହ ଦୁର୍ବ୍ୟବହାର କରିଥିଲେ ଏହି ବାବା । ଏମିତିକି ଦୁଷ୍କର୍ମ ଉଦ୍ୟମ ବି କରିଥିଲେ । ଏହାପରେ ନାବାଳିକା ଜଣଙ୍କ ଚିତ୍କାର କରିବାକୁ ପଡୋଶୀ ଓ ପରିବାର ପହଞ୍ଚି ବାବାଙ୍କ କବଳରୁ ନାବାଳିକାକୁ ଉଦ୍ଧାର କରି ବାବାଙ୍କୁ କାବୁ କରିଥିଲେ । ଆଉ ଗୋଟେ ଖୁଣ୍ଟରେ ବାନ୍ଧିଦେଲେ । ଏନେି ବାଙ୍କି ଥାନାରେ ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି । ମହାଦେବ ମନ୍ଦିରର ପୂଜକ ଶିବ ରଣାଙ୍କୁ ପୋଲିସ ଅଟକ ରଖିବା ସହ ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.