ଆସନ୍ତା ସନଣ୍ଡେରେ ହେବ ସୁପର ଫାଇଟ, ବିଶ୍ବକପ୍ ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ଲଢେଇ

ବିଶ୍ବକପ୍ ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ଲଢେଇ। ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟମ ଥର ବିଶ୍ବକପ୍ ଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ । ରବିବାର ଭାରତ ସହ ଅଷ୍ଟ୍ରେଲିଆର ହେବ ମହାମୁକାବିଲା ।

ବିଶ୍ବକପ୍ ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ଲଢେଇ। ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟମ ଥର ବିଶ୍ବକପ୍ ଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ । ରବିବାର ଭାରତ ସହ ଅଷ୍ଟ୍ରେଲିଆର ହେବ ମହାମୁକାବିଲା । ସଂଘର୍ଷ କରି ପୁଣି ଥରେ ସେମିରେ ଝୁଣ୍ଟିଲା ଦକ୍ଷିଣ ଆଫ୍ରିକା । ପଞ୍ଚମ ଥର ସେମିରୁ ବିଦା ହେଲା ଦକ୍ଷିଣ ଆଫ୍ରିକା । କୋଲକତା ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଦ୍ବିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି କଙ୍ଗାରୁ ଟିମ । ଦକ୍ଷିଣ ଆଫ୍ରିକାର ପୁଣି ବିଶ୍ବକପ ଜିତିବାର ସ୍ବପ୍ନ ଧୂଳିସାତ ହୋଇଛି । ଏବେ ଟାଇଟଲ ମୁକାବିଲାରେ ମୁହାଁମୁହିଁ ହେବେ ୨ ଥରର ଚାମ୍ପିଅନ ଭାରତ ଓ ୫ ଥରର ବିଶ୍ବ ବିଜେତା ଅଷ୍ଟ୍ରେଲିଆ ।

୨୦୦୩ ବିଶ୍ବକପ ପରେ ପୁଣି ଥରେ ଫାଇନାଲରେ ପରସ୍ପରକୁ ଭେଟିବେ । ୧୯୯୯ ଓ ୨୦୦୩ରେ ଅଷ୍ଟ୍ରେଲିଆ ଠାରୁ ହାରି ଦକ୍ଷିଣ ଆଫ୍ରିକା ବିଦାୟ ନେଇଥିଲା। ଏବେ ୨୦୨୩ରେ ମଧ୍ୟ ଅଷ୍ଟ୍ରେଲିଆ ୩ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଭାରତ ତୃତୀୟ ଥର ବିଶ୍ବକପ୍ ଚାମ୍ପିଅନ ହେବା ପାଇଁ ଆଶା ରଖିଥିବା ବେଳେ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଜୟୀ ହୋଇ ଇତିହାସ ରଚିବା ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.