ଶ୍ରୀରାମ ଯୁଦ୍ଧରେ ବିଜୟ ଲାଭ କରିବା ପାଇଁ ରାବଣକୁ ମାଗିଥିଲେ ଆଶୀର୍ବାଦ,ଜାଣନ୍ତୁ କାହିଁକି ?

ମହର୍ଷି ବାଲ୍ମିକଙ୍କ ଦ୍ବାରା ଲେଖାଯାଇଥିବା ରାମାୟଣ ମହାକାବ୍ୟରେ ରାବଣର ସବୁଠାରୁ ପ୍ରମାଣିକ ତଥ୍ୟ ମିଳିଥାଏ। ହିନ୍ଦୁ ଧର୍ମକୁ ମାନୁଥିବା ପ୍ରାୟ ସବୁ ଲୋକ ରାମ,ସୀତା ଏବଂ ରାବଣଙ୍କୁ ଭଲଭାବେ ଜାଣିଥିବେ। କିନ୍ତୁ ରାବଣ ସହ ଜଡ଼ିତ ଥିବା କିଛି ତଥ୍ୟ ଅଛି ଯାହା ଏବେ ମଧ୍ୟ ବହୁତ ଲୋକ ଜାଣିନଥିବେ। କୁହାଯାଏ ଯେ ଶ୍ରୀରାମ ଯୁଦ୍ଧରେ ଯିତିବାପାଇଁ ରାବଣଙ୍କ ଠାରୁ ଆର୍ଶୀବାଦ ମାଗିଥିଲେ। ଏହା ଶୁଣିବା ପରେ ଆପଣଙ୍କୁ ମଧ୍ୟ ଆଶ୍ଚର‌୍ୟ୍ୟ ଲାଗିପାରେ। କିନ୍ତୁ ଏହି ଘଟଣାର ବର୍ଣ୍ଣନା ରାବଣ ସଂହିତାରେ ଦେଖିବାକୁ ମିଳେ। ଜାଣନ୍ତୁ କେଉଁ କାରଣରୁ ଶ୍ରୀରାମ ରାବଣଙ୍କ ଠାରୁ ଆର୍ଶୀବାଦ ମାଗିଥିଲେ।

ram ravanରାବଣ ସଂହିତା ଏକ ମହତ୍ବପୂର୍ଣ୍ନ ପୁସ୍ତକ ବୋଲି କୁହାଯାଏ। ଏହାର ରଚନା ନିଜେ ରାବଣ କରିଥିଲେ ବୋଲି କୁହାଯାଏ। ରାବଣଙ୍କ ବିଷୟରେ ଏହା କୁହାଯାଇଥାଏ କି ସେ ତିନି ଲୋକର ସ୍ବାମୀ ଥିଲେ। ସେ କେବଳ ଇନ୍ଦ୍ର ପୂରରେ ନୁହେଁ ପୃଥିବୀ ଲୋକରେ ମଧ୍ୟ ନିଜର ବଳ ବଢାଇବା ପାଇଁ ଆୟତ୍ତ କରି ରଖିଥିଲେ। ରାବଣଙ୍କୁ ତାଙ୍କ ସମୟରେ ସବୁଠାରୁ ବଡ଼ ବିଦ୍ବାନ ବୋଲି ଧରାଯାଏ। ରାମାୟଣରେ ଉଲ୍ଲେଖ ଅଛି ଯେ ରାବଣ ଯେତେବେଳେ ମୃତ୍ୟୁଶଯ୍ୟାରେ ଶୋଇଥିଲେ ସେହିସମୟରେ ରାମ,ଲକ୍ଷ୍ମଣଙ୍କୁ ତାଙ୍କ ପାଖରେ ଯାଇ ବସିବାକୁ କହିଥିଲେ। କାରଣ ମରିବା ପୂର୍ବରୁ ତାଙ୍କୁ ରାଜପାଟ ଚଳାଇବା ଏବଂ ନିୟନ୍ତ୍ରଣ କରିବା ସିଖା ଯାଇପାରିବ।

ରାବଣଙ୍କର କିଛି ଛବିରେ ଆପଣ ରାବଣଙ୍କୁ ବୀଣା ବଜାଇବାର ଦେଖିଥିବେ। ଭାରତରେ ସାଂସ୍କୃତିକ ରୁଦ୍ରବୀଣାର ଅନୁସନ୍ଧାନ ରାବଣ କରିଥିଲେ। ପୌରାଣିକ କଥା ଅନୁସାରେ ରାବଣଙ୍କୁ ସଂଗୀତ ସଉକ ଥିଲା ବୋଲି କୁହାଯାଏ। ଏହାସହିତ ସେ ବୀଣା ବଜାଇବାରେ ବହୁତ ପାରଙ୍ଗମ ଥିଲେ। କୁହାଯାଇଥାଏ କି ରାବଣ ଏତେ ସୁନ୍ଦରେ ବୀଣା ବଜାଉଥିଲେ କି ଦେବତାମାନେ ମଧ୍ୟ ତାଙ୍କର ସଂଗୀତ ଶୁଣିବାପାଇଁ ଧରିତ୍ରୀକୁ ଆସୁଥିଲେ। ରାବଣ ଏହିପରି ଶକ୍ତିଶାଳୀ ଥିଲେ ଯେ ସେ ୯ଟି ଗ୍ରହକୁ ବଶ କରିପାରିଥିଲେ।

bhiolenathରାମ, ରାବଣଙ୍କୁ ଯୁଦ୍ଧରେ ହରାଇବା ପାଇଁ ଲଙ୍କା ଯିବାର ଗୋଟିଏ ରାତି ପୂର୍ବରୁ ଏକ ଯଜ୍ଞର ଆୟୋଜନ କରିଥିଲେ। ରମେଶ୍ବରରେ ମଧ୍ୟ ଭଗବାନ ଶିବଙ୍କର ଆରାଧନା କରିବା ପାଇଁ ସ୍ତିର କରିଥିଲେ। ସେ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ସହ ଯୁଦ୍ଧ କରିବାକୁ ଯାଉଥିବାରୁ ତାଙ୍କୁ ଏକ ବିଦ୍ବାନ ପଣ୍ଡିତଙ୍କର ଆବଶ୍ୟକତା ଥିଲା। ସେ ଜାଣିବାକୁ ପାଇଲେ ଯେ ରାବଣ ନିଜେ ଜଣେ ବିଦ୍ବାନ ତେବେ ଶ୍ରୀରାମ ରାବଣଙ୍କୁ ଯଜ୍ଞ କରିବାପାଇଁ ନିମନ୍ତ୍ରଣ କରିଥିଲେ। ରାବଣ ଶିବଙ୍କ ଯଜ୍ଞ କରିବା ପାଇଁ ମନା କରିପାରିନଥିଲେ। କାରଣ ସେ ଶିବଙ୍କର ବହୁତ ବଡ଼ ଭକ୍ତ ଥିଲେ। ଏହି ପ୍ରକାରେ ରାବଣ ରାମେଶ୍ବରରେ ପହଞ୍ଚି ଶିବଙ୍କ ଯଜ୍ଞ ଶେଷ କରିଥିଲେ। ଯଜ୍ଞ ଶେଷ ହେବା ପରେ ରାମ ଯୁଦ୍ଧରେ ରାବଣଙ୍କୁ ହରାଇବା ପାଇଁ ଆର୍ଶୀବାଦ ମାଗିଥିଲେ। ଯାହାର ଉତ୍ତରରେ ରାବଣ ତଥାସ୍ତୁ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.