ଗୁଜରାଟ ଟାଇଟନ୍ସ ହାତ ଛାଡି ମୁମ୍ବାଇ ଇଣ୍ଡିଆନ୍ସରେ ହାର୍ଦ୍ଦିକ ପାଣ୍ଡ୍ୟା, ଶୁବମନ ଗିଲ୍ଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ
ଗତ କିଛିଦିନ ହେଲାଣି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଚାଲିଥିଲା । ଗୁଜରାଟ ଟାଇଟନ୍ସ ଏକ ଟ୍ଵିଟ୍ କରି ଅଫିସିଆଲ ଘୋଷଣା କରିବା ପରେ ଏହା କନଫର୍ମ ହୋଇଯାଇଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ ଜାରି କରି କନଫର୍ମ କରିଛି ।
ଗୁଜରାଟ ଟାଇଟନ୍ସ ଛାଡିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଗୁଜରାଟ ଟାଇଟନ୍ସ ଏକ ଟ୍ଵିଟ୍ କରି ଅଫିସିଆଲ ଘୋଷଣା କରିବା ସହିତ ଆଗାମୀ ଯାତ୍ରା ପାଇଁ ଶୁଭକାମନା ଦେଇଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ ଜାରି କରି କନଫର୍ମ କରିଛି । ଏବେ ଗୁଜରାଟ ଟାଇଟନ୍ସ ଟିମର ଅଧିନାୟକ ଭାବେ ଶୁବମନ ଗିଲ୍ ଦାୟିତ୍ୱ ନେବେ ।
ଖବର ମୁତାବକ, ଗତ କିଛିଦିନ ହେଲାଣି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଚାଲିଥିଲା । ମୁମ୍ବାଇ ଏବଂ ଗୁଜରାଟ ମଧ୍ୟରେ ବଡ ଡିଲ୍ ହୋଇଥିବା ଖବର ମିଳିଥିଲା । ହାର୍ଦ୍ଦିକଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟନ୍ସ ସହିତ ୧୫ କୋଟି ଟଙ୍କାର ଡିଲ୍ କରିଥିବା ଖବର ମଧ୍ୟ ଚର୍ଚ୍ଚା ହୋଇଥିଲା ।
Farewell and best wishes on your next journey.
Go well, HP! #IPLRetention pic.twitter.com/awCxZzXesc— Gujarat Titans (@gujarat_titans) November 27, 2023
ଆଉ ଗୁଜରାଟ ଆଜି ଅଫିସିଆଲ ଘୋଷଣା କରିବା ପରେ ଏହା କନଫର୍ମ ହୋଇଯାଇଛି । ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସର ଅଧିନାୟକ ରହିଥିଲେ । ସେ ଟିମ ଛାଡିବା ପରେ ଶୁବମନ ଗିଲ୍ ଗୁଜରାଟ ଟାଇଟନ୍ସର ଅଧିନାୟକ ଦାୟିତ୍ୱ ନେବେ ।
𝐇𝐀𝐑𝐃𝐈𝐊 is 𝐇𝐎𝐌𝐄 💙#OneFamily https://t.co/PC1f4PC4us
— Mumbai Indians (@mipaltan) November 27, 2023
ଗୁଜରାଟ ଟାଇଟାନ୍ସରେ ଯୋଗଦେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏହି ନୂତନ ଦଳର ଅଧିନାୟକ ହୋଇଥିଲେ । ତେବେ ତାଙ୍କ ନେତୃତ୍ୱରେ ଗୁଜରାଟ କ୍ରମାଗତ ଦୁଇଥର ଟି -୨୦ ଲିଗର ଫାଇନାଲକୁ ମଧ୍ୟ ଯାଇଛି । ୨୦୨୨ରେ ଗୁଜରାଟକୁ ଟାଇଟଲ ଜିତାଇଥିବା ବେଳେ ୨୦୨୩ରେ ଫାଇନାଲରେ ପହଞ୍ଚିଥିଲା ଟିମ୍ ।