Below header

ଥଣ୍ଡା ପାଣିରୁ ମୁକ୍ତି ପାଇବା ପାଇଁ ଆସିଗଲା ଶସ୍ତା ଗିଜର, ଜାଣନ୍ତୁ କେତେ ରହିଛି ଦାମ୍‌

ଆଜି ବି ଅନେକ ଘରେ ଗ୍ୟାସ୍ ଏବଂ ଓ୍ଵାଟର ହିଟର ଇତ୍ୟାଦି ବ୍ୟବହାର କରି ପାଣି ଗରମ କରାଯାଉଛି । ଯାହା ଅତ୍ୟନ୍ତ ବିପଜ୍ଜନକ ଏବଂ ସମୟକୁ ମଧ୍ୟ ନଷ୍ଟ କରିଥାଏ । ଏପରି ପରିସ୍ଥିତିରେ ଆପଣ ନିଜ ଘରେ ଗିଜର ଲଗାଇ ଏଭଳି ସମସ୍ୟାକୁ ଦୂରେଇ ପାରିବେ ।

ଶୀତ ଋତୁ ଆସି ଯାଇଛି । ଏଥିପାଇଁ ଥଣ୍ଡା ବଢ଼ିବା ସହିତ ଗରମ ପାଣିର ବ୍ୟବହାର ମଧ୍ୟ ବଢ଼ିବାରେ ଲାଗିଛି । ଆଜି ବି ଅନେକ ଘରେ ଗ୍ୟାସ୍ ଏବଂ ଓ୍ଵାଟର ହିଟର ଇତ୍ୟାଦି ବ୍ୟବହାର କରି ପାଣି ଗରମ କରାଯାଉଛି । ଯାହା ଅତ୍ୟନ୍ତ ବିପଜ୍ଜନକ ଏବଂ ସମୟକୁ ମଧ୍ୟ ନଷ୍ଟ କରିଥାଏ । ଏପରି ପରିସ୍ଥିତିରେ ଆପଣ ନିଜ ଘରେ ଗିଜର ଲଗାଇ ଏଭଳି ସମସ୍ୟାକୁ ଦୂରେଇ ପାରିବେ । ଏହା ଦ୍ୱାରା ମାତ୍ର କିଛି ମିନିଟରେ ଆପଣ ପାଣି ଗରମ କରି ପାରିବେ । ତେବେ କିଛି ଶସ୍ତା ଗିଜର କିଣି ଆପଣ ଏଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

Crompton Arno Neo 6-L 5
ଆପଣ ଏହି 5 ଷ୍ଟାର ଗିଜରକୁ ଇ-କମର୍ସ ପ୍ଲାଟଫର୍ମ ଆମାଜନରୁ ୪୬ ପ୍ରତିଶତ ଡିସକାଉଣ୍ଟରେ ମାତ୍ର ୪,୩୯୯ ଟଙ୍କାରେ କିଣି ପାରିବେ । ଏହି ଗିଜରରେ ଆପଣ ଆଡଭାନ୍ସ ୩ ଲେଭଲ ସେଫ୍ଟି ସୁରକ୍ଷା ପାଇପାରିବେ । ଏହି ଗିଜରରେ ଆପଣ କିଛି ମିନିଟ୍ ମଧ୍ୟରେ ହିଁ ଗରମ ପାଣି ପାଇପାରିବେ । କେବଳ ଏତିକି ନୁହେଁ ଏଥିପାଇଁ ଆପଣଙ୍କୁ ବଡ଼ ହାଣ୍ଡି କିମ୍ବା ବାଲ୍ଟି ଉଠାଇବାକୁ ପଡିବ ନାହିଁ । ଗିଜର ଲଗାଇବାର ଅନେକ ଲାଭ ଅଛି ଯାହା ଦ୍ୱାରା ଆପଣଙ୍କୁ ଗରମ ପାଣି ସିଧାସଳଖ ମିଳିଥାଏ ।

Havells Instanio 3-Litre
୩ କିଲୋ ୱାଟ ର ଏହି ଇନଷ୍ଟାଣ୍ଟ ୱାଟର ହିଟର ୬,୧୯୦ ଟଙ୍କାରେ ଆସୁଛି, କିନ୍ତୁ ଆମାଜନରେ ଚାଲିଥିବା ସେଲରେ ଆପଣ ୪୧ ପ୍ରତିଶତ ହିସକାଉଣ୍ଟ ସହିତ ଏହାକୁ ୩,୬୪୮ ଟଙ୍କାରେ କିଣି ପାରିବେ । ଏହି ଗିଜର ଉପରେ କମ୍ପାନୀ ଆପଣଙ୍କୁ ଇନର୍‌ କଣ୍ଟେନରରେ ୫ ବର୍ଷର ୱାରେଣ୍ଟି ଦେଉଛି । ଏହା ବ୍ୟତୀତ ଆପଣ ହିଟିଂ ଏଲିମେଣ୍ଟ ଉପରେ ୨ ବର୍ଷର ୱାରେଣ୍ଟି ପାଇପାରିବେ ।

AO Smith EWS-3 Glas
ଏହି ଗିଜରର ଲୁକ୍‌ ଦମଦାର ରହିଛି । ଏହାର ଡିଜାଇନ୍ ଅଣ୍ଡା ଆକୃତିର ଏବଂ ଏହାର ଆକାର ମଧ୍ୟ ଏପରି ଯେ ଏହା ଯେକୌଣସି ସ୍ଥାନରେ ସହଜରେ ଫିଟ୍ ହୋଇପାରିବ । ଏହାର ମୂଳ ଦାମ୍‌ ୫,୨୦୦ ଟଙ୍କା କିନ୍ତୁ ଆପଣ ୩୮ ପ୍ରତିଶତ ଡିସକାଉଣ୍ଟ ସହିତ ଏହାକୁ ମାତ୍ର ୩,୧୯୯ ଟଙ୍କାରେ ଆମାଜନରୁ ପାଇ ପାରିବେ ।

Bajaj Splendora 3 Litre
ବାଜାଜର ଇନଷ୍ଟାଣ୍ଟ ଓ୍ଵାଟର ହିଟର ଆପଣଙ୍କୁ ୫୧ ପ୍ରତିଶତ ଡିସକାଉଣ୍ଟରେ ମାତ୍ର ୨,୮୯୯ ଟଙ୍କାରେ ମିଳିଯିବ । ଏହି ଗିଜରରେ ଆପଣଙ୍କୁ ଏକ ଲିଟରରେ ୫ ଲିଟର ପର୍ଯ୍ୟନ୍ତ କ୍ୟାପାସିଟି ମିଳିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.