ଛାଡ଼ଖାଇ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ମଜା ଉଠାଇବେ ଲୋକେ

ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ନରସିଂହପୁର ପ୍ରସିଦ୍ଧ ଗଣପର୍ବ ଛାଡଖାଇ ବା ମିନିବାଲିଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି । ଏନେଇ ନରସିଂହପୁର ଏବେ ଚଳଚଞ୍ଚଳ । ଅଞ୍ଚଳରେ ଖୁସିର ଲହରୀ । ଆଉ କିଛିଦିନ ଯାତ୍ରା ରହିଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଆଜି କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ଦୈବୀ ପୀଠରେ ସକାଳୁ ସକାଳୁ ଚାଲିଛି ପୂଜାର୍ଚ୍ଚନା ତା’ ସହ ଲୋକମାନେ ଭିନ୍ନ ଭିନ୍ନ ମନ୍ଦିର ପରିଦର୍ଶନ କରିଛନ୍ତି । ଏହା ସହ ଆଜି ଠାରୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲି ଯାତ୍ରା । ଯାହା ଲୋକମାନଙ୍କ ପାଇଁ ବର୍ଷର ସବୁଠାରୁ ଆନନ୍ଦଦାୟକ ସମୟ ଥାଏ । ଯାହାକୁ ଲୋକମାନେ ଅତି ଆଗ୍ରହର ସହ ଅପେକ୍ଷା କରିଥାନ୍ତି । କିନ୍ତୁ ଏସବୁ ଭିତରେ ବି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିନକୁ ଆମେ ଭୁଲି ପାରିବାନି ଯାହା ହେଉଛି ଛାଡ଼ଖାଇ । ସମ୍ପୂର୍ଣ୍ଣ କାର୍ତ୍ତିକ ମାସ ଲୋକମାନେ ଶାକାହାରୀ ଥାନ୍ତି । କାରଣ ପୁରାଣ ଅନୁସାରେ କାର୍ତ୍ତିକ ମାସରେ ନିରାମିଷ ରହିଲେ ଅନେକ ପୂଣ୍ୟ ଫଳ ମିଳିଥାଏ । ଆଉ ଛାଡ଼ ଖାଇ ଦିନ ଆମିଷ ଖାଇ ଲୋକମାନେ ଏହି ଦିନ ଟିକୁ ଖୁବ ଉପଭୋଗ କରିଥାନ୍ତି ।

ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ନରସିଂହପୁର ପ୍ରସିଦ୍ଧ ଗଣପର୍ବ ଛାଡଖାଇ ବା ମିନିବାଲିଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି । ଏନେଇ ନରସିଂହପୁର ଏବେ ଚଳଚଞ୍ଚଳ । ଅଞ୍ଚଳରେ ଖୁସିର ଲହରୀ । ଆଉ କିଛିଦିନ ଯାତ୍ରା ରହିଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କଟକ ଜିଲ୍ଲା ନରସିଂହପୁର ବ୍ଲକ ପ୍ରସିଦ୍ଧ ଗଣପର୍ବ ଛାଡଖାଇ ଯାତ୍ରା ଏଥର ୫୭ ତମ ବର୍ଷରେ ପହଞ୍ଚିଛି । ତେବେ ପ୍ରଥମେ ନରସିଂହପୁର ଥାନା ତ୍ରିନାଥ ମନ୍ଦିରରେ ଗୋଟିଏ ଦିନ, ପରେ ୩ ଦିନ, ପରେ ୫ ଦିନ ଓ ଏବେ ୮ ଦିନରେ ପହଞ୍ଚି ଛାଡଖାଇ ଉତ୍ସବରୁ ଏବେ ଛାଡଖାଇ ମହୋତ୍ସବ ରେ ପରିଣତ ହୋଇଛି । ଏନେଇ ବିଭିନ୍ନ ବିଭାଗ ତରଫରୁ ବିଭିନ୍ନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଯାତ୍ରା ୮ ଦିନ ଧରି ଚାଲିଥାଏ । ମୀନାବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳି ଲାଗି ଯାତ୍ରା ଖୁବ ଧୁମଧାମରେ ପାଲିତ ହୋଇଥାଏ । ଚଟ ପଟି ଖାଦ୍ୟ ର ମଜା ନେଇ ଥାନ୍ତି ବିଭିନ୍ନ ସ୍ଥାନରୁ ଆସିଥିବା ଲୋକ । ମହୋତ୍ସବ ପାଇଁ ଦୁଇ ପଇସା ରୋଜଗାର କରିଥାନ୍ତି ବାହାରୁ ଆସିଥିବା ବିଭିନ୍ନ ବେପାରୀ । ତେବେ ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ବାନ୍ଧି ବସିଛନ୍ତି ବ୍ୟବସାୟୀ ।

ଲୋକ ମାନଙ୍କ ଗହଳିକୁ ନିୟନ୍ତ୍ରଣରେ ରଖିବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଜଣା ପଡ଼ିଛି । ତେବେ ଦୀର୍ଘଦିନ ଧରି ଏହି ଯାତ୍ରାକୁ ଅପେକ୍ଷା କରିଥିବା ଅଞ୍ଚଳବାସୀ ବେଶ ଖୁସି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.