ଫ୍ୟାନ୍ସଙ୍କୁ ମିଳିଲା ଆଶ୍ୱସ୍ତି, ଇନଷ୍ଟାରେ ପୋଷ୍ଟ ସେୟାର କଲେ ରୋହିତ ଶର୍ମା

ବିଶ୍ୱକପ ଫାଇନାଲ ପରାଜୟ ପରେ ପ୍ରଥମ ଥର ଇନଷ୍ଟାରେ ଆକ୍ଟିଭ ହେଲେ ରୋହିତ ଶର୍ମା । ଇନଷ୍ଟା ପୋଷ୍ଟରେ ରୋହିତ ନିଜ ପରିବାର ସହିତ ବିଦେଶରେ ଛୁଟି କାଟୁଛନ୍ତି । ଏହି ଫଟୋରେ ରୋହିତଙ୍କ ସହିତ ପତ୍ନୀ ରିତିକା ସଜଦେହ ନଜର ଆସିଛନ୍ତି ।

ବିଶ୍ୱକପ ୨୦୨୩ ଫାଇନାଲ ହାରିବାର ଦୁଃଖ ଓ କଷ୍ଟ ଏପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମର ଖେଳାଳି ଭୁଲିନାହାନ୍ତି । ଏମାନଙ୍କ କଷ୍ଟ ମଇଦାନରେ ହିଁ କୋଟି କୋଟି ଲୋକ ଦେଖିସାରିଛନ୍ତି । ଭାରତୀୟ ଟିମ୍‌ ବିଶ୍ୱକପର ସମସ୍ତ ମ୍ୟାଚରେ କମାଲ କରିଥିବା ବେଳେ ଫାଇନାଲ ହାରିଯିବା ସମସ୍ତଙ୍କୁ ବାଧିଛି । ବିଶ୍ୱକପ ହାରିବାର କିଛିଦିନ ପରେ ଖେଳାଳି ଦୁଃଖରୁ ବାହାରି ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସପୋର୍ଟ ଦେଖି ପ୍ରଶଂସା କରିଥିଲେ । କିନ୍ତୁ ଅଧିନାୟକ ରୋହିତ ଶର୍ମା ସୋସିଆଲ ମିଡିଆରେ ଆକ୍ଟିଭ ନଥିଲେ ।

ରୋହିତ ଶର୍ମାଙ୍କ ମାନସିକ ସ୍ଥିତିକୁ ନେଇ ଫ୍ୟାନ୍ସ ଚିନ୍ତିତ ହୋଇପଡିଲେ । କିନ୍ତୁ ଏବେ ରୋହିତଙ୍କ ଇନଷ୍ଟା ଷ୍ଟୋରୀ ଦେଖି ଫ୍ୟାନ୍ସ ଆଶ୍ୱସ୍ତି ଅନୁଭବ କରିଛନ୍ତି । ଇନଷ୍ଟା ପୋଷ୍ଟରେ ରୋହିତ ନିଜ ପରିବାର ସହିତ ବିଦେଶରେ ଛୁଟି କାଟୁଛନ୍ତି । ଏହି ଫଟୋରେ ରୋହିତଙ୍କ ସହିତ ପତ୍ନୀ ରିତିକା ସଜଦେହ ନଜର ଆସିଛନ୍ତି । ଏହି ଫଟୋ ଦେଖି ଏବେ ସମସ୍ତଙ୍କୁ କିଛି ଆଶ୍ୱସ୍ତି ମିଳିଛି ।

ବିଶ୍ୱକପରେ ଟିମ୍‌ ସମସ୍ତ ଲିଗ୍‌ ମ୍ୟାଚରେ ଜିତିବା ସହିତ ସେମିଫାଇନାଲ ଜିତି ଫାଇନାଲରେ ପ୍ରବେଶ କରିଥିଲା । ହେଲେ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଫ୍ୟାନ୍ସଙ୍କ ସହିତ ଖେଳାଳିଙ୍କ ମନ ମଧ୍ୟ ଭାଙ୍ଗି ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.