Indigo ବିମାନର ଚରମ ଅବହେଳା! ସିଟ୍‌ରେ ବସିବାକୁ ଯିବାବେଳେ ଗାଏବ ଥିଲା ‘କୁସନ’, ହଟହଟା ହେଲେ ମହିଳା ଯାତ୍ରୀ

ଇଣ୍ଡିଗୋ ଏୟାରଲାଇନ୍‌ର ଆଉ ଏକ ଚରମ ଅବହେଳା ସାମ୍ନାକୁ ଆସିଛି। ବିମାନରେ ଯାତ୍ରା କରିବା ପାଇଁ ନାଗପୁରର ସାଗରିକା ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ। କିନ୍ତୁ ଯେତେବେଳେ ସେ ବିମାନ ଭିତରକୁ ପ୍ରବେଶ କରିଥିଲେ, ତ ତାଙ୍କୁ ଏକ ଭଙ୍ଗା ସିଟ୍‌ ମିଳିଥିଲା।

ଇଣ୍ଡିଗୋ ଏୟାରଲାଇନ୍‌ର ଆଉ ଏକ ଚରମ ଅବହେଳା ସାମ୍ନାକୁ ଆସିଛି। ବିମାନରେ ଯାତ୍ରା କରିବା ପାଇଁ ନାଗପୁରର ସାଗରିକା ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ। କିନ୍ତୁ ଯେତେବେଳେ ସେ ବିମାନ ଭିତରକୁ ପ୍ରବେଶ କରିଥିଲେ, ତ ତାଙ୍କୁ ଏକ ଭଙ୍ଗା ସିଟ୍‌ ମିଳିଥିଲା। ଅର୍ଥାତ୍‌ ସିଟ୍‌ର କୁସନ ହିଁ ଗାଏବ ଥିଲା। ଏହି ଦୃଶ୍ୟ ଦେଖି ମହିଳା ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଏହି ଘଟଣା ରବିବାର ପୁଣେରୁ ନାଗପୁର ପାଇଁ ଉଡ଼ାଣ ଭରୁଥିବା ବିମାନ ସଂଖ୍ୟା 6E-6798ରେ ଘଟିଛି।

ଯାତ୍ରୀଙ୍କ ଅଭିଯୋଗ ପରେ ବିମାନର କ୍ରୁ ମେମ୍ବର ଆଉ ଏକ କୁସନ ଆଣି ଦେଇଥିଲେ। ଏହାପରେ ମହିଳା ଯାତ୍ରୀ ନିଜର ଯାତ୍ରା ପୂରା କରିଥିଲେ। ଏ ସମ୍ପର୍କରେ ମହିଳାଙ୍କ ସ୍ୱାମୀ ସୁବ୍ରତ ପଟ୍ଟାନାୟକ ‘ଏକ୍ସ’ ପୋଷ୍ଟ୍‍ ଜରିଆରେ ଇଣ୍ଡିଗୋ ଏୟାରଲାଇନ୍‌କୁ ଅଭିଯୋଗ କରିଛନ୍ତି।

ସୁବ୍ରତ କହିଛନ୍ତି ଯେ ତାଙ୍କ ପତ୍ନୀ ରବିବାର ଇଣ୍ଡିଗୋ ବିମାନରେ ଯାତ୍ରା କରିବା ପାଇଁ ଟିକେଟ ବୁକ୍‌ କରିଥିଲେ। ଏୟାରଲାଇନ୍‌ ପକ୍ଷରୁ ତାଙ୍କୁ ଝରକା ପାର୍ଶ୍ୱ ସିଟ୍‌ ନମ୍ବର ୧୦ଏ ଆବଣ୍ଟିିତ କରାଯାଇଥିଲା। କିନ୍ତୁ ଯେତେବେଳେ ପତ୍ନୀ ବିମାନରେ ପହଞ୍ଚିଥିଲେ, ତ ସିଟ୍‌ରୁ କୁସନ ଗାଏବ ଥିବାର ଦେଖି ଚମକି ପଡ଼ିଥିଲେ।

ସୁବ୍ରତ ଆହୁରି କହିଛନ୍ତି, ସାଗରିକା ଚାରିଆଡ଼କୁ ଦେଖିଥିଲେ, କିନ୍ତୁ ତାଙ୍କୁ କୁସନ ମିଳି ନ ଥିଲା। ଏହାପରେ ସେ କ୍ୟାବିନ୍‌ କ୍ରୁଙ୍କୁ ଡକାଇ ଏ କଥା କହିଥିଲେ। ଜଣେ କ୍ରୁ ସଦସ୍ୟ ଅନ୍ୟ ସିଟ୍‌ରୁ ଏକ କୁସନ ଆଣି ସେଠାରେ ରଖିଥିଲେ।

ସେପଟେ ‘ଏକ୍ସ’ରେ ସୁବ୍ରତଙ୍କ ପୋଷ୍ଟ୍‍ରେ ଉତ୍ତର ରଖି ଏୟାରଲାଇନ୍‌ କହିଛି ଯେ ‘ଅନେକ ବାର ସିଟ୍‌ କୁସନ ଏହାର ଭେଲ୍‌କ୍ରୋରୁ ଅଲଗା ହୋଇଯାଏ, ଯାହାକୁ କ୍ରୁ ମେମ୍ବର ପୁଣିଥରେ ଆଣି ଲଗାଇ ପାରନ୍ତି। ଆପଣଙ୍କ ସମସ୍ୟାକୁ ସମୀକ୍ଷା କରିବା ପାଇଁ ସମ୍ବୋଧିତ ଟିମ୍‌କୁ ପଠାଯିବ। ଅଭିଯୋଗକୁ ଗୁରୁତ୍ୱର ସହ ନିଆଯାଇଛି। ଆଶା ରହିଛି, ଭବିଷ୍ୟତରେ ଆପଣଙ୍କୁ ଉତ୍ତମ ସେବା ଯୋଗାଇ ଦେବୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.