ଗୁଜରାଟ ଟାଇଟନ୍ସ ହାତ ଛାଡି ମୁମ୍ବାଇ ଇଣ୍ଡିଆନ୍ସରେ ହାର୍ଦ୍ଦିକ ପାଣ୍ଡ୍ୟା, ଶୁବମନ ଗିଲ୍‌ଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ

ଗତ କିଛିଦିନ ହେଲାଣି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଚାଲିଥିଲା । ଗୁଜରାଟ ଟାଇଟନ୍ସ ଏକ ଟ୍ଵିଟ୍‌ କରି ଅଫିସିଆଲ ଘୋଷଣା କରିବା ପରେ ଏହା କନଫର୍ମ ହୋଇଯାଇଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ ଜାରି କରି କନଫର୍ମ କରିଛି ।

ଗୁଜରାଟ ଟାଇଟନ୍ସ ଛାଡିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଗୁଜରାଟ ଟାଇଟନ୍ସ ଏକ ଟ୍ଵିଟ୍‌ କରି ଅଫିସିଆଲ ଘୋଷଣା କରିବା ସହିତ ଆଗାମୀ ଯାତ୍ରା ପାଇଁ ଶୁଭକାମନା ଦେଇଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ ଜାରି କରି କନଫର୍ମ କରିଛି । ଏବେ ଗୁଜରାଟ ଟାଇଟନ୍ସ ଟିମର ଅଧିନାୟକ ଭାବେ ଶୁବମନ ଗିଲ୍‌ ଦାୟିତ୍ୱ ନେବେ ।

ଖବର ମୁତାବକ, ଗତ କିଛିଦିନ ହେଲାଣି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଚାଲିଥିଲା । ମୁମ୍ବାଇ ଏବଂ ଗୁଜରାଟ ମଧ୍ୟରେ ବଡ ଡିଲ୍‌ ହୋଇଥିବା ଖବର ମିଳିଥିଲା । ହାର୍ଦ୍ଦିକଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟନ୍ସ ସହିତ ୧୫ କୋଟି ଟଙ୍କାର ଡିଲ୍‌ କରିଥିବା ଖବର ମଧ୍ୟ ଚର୍ଚ୍ଚା ହୋଇଥିଲା ।

ଆଉ ଗୁଜରାଟ ଆଜି ଅଫିସିଆଲ ଘୋଷଣା କରିବା ପରେ ଏହା କନଫର୍ମ ହୋଇଯାଇଛି । ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସର ଅଧିନାୟକ ରହିଥିଲେ । ସେ ଟିମ ଛାଡିବା ପରେ ଶୁବମନ ଗିଲ୍‌ ଗୁଜରାଟ ଟାଇଟନ୍ସର ଅଧିନାୟକ ଦାୟିତ୍ୱ ନେବେ ।

ଗୁଜରାଟ ଟାଇଟାନ୍ସରେ ଯୋଗଦେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏହି ନୂତନ ଦଳର ଅଧିନାୟକ ହୋଇଥିଲେ । ତେବେ ତାଙ୍କ ନେତୃତ୍ୱରେ ଗୁଜରାଟ କ୍ରମାଗତ ଦୁଇଥର ଟି -୨୦ ଲିଗର ଫାଇନାଲକୁ ମଧ୍ୟ ଯାଇଛି । ୨୦୨୨ରେ ଗୁଜରାଟକୁ ଟାଇଟଲ ଜିତାଇଥିବା ବେଳେ ୨୦୨୩ରେ ଫାଇନାଲରେ ପହଞ୍ଚିଥିଲା ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.