ନୂଆଦିଲ୍ଲୀ : ହିରୋ ଇଲେକଟ୍ରିକ୍ ବାଇକ୍ ଗ୍ରାହକଙ୍କ ପାଇଁ ଆଣିଛି ଶାନଦାର ଅଫର। କମ୍ପାନି ତରଫରୁ କୌଣସି ମଧ୍ୟ ପେଟ୍ରୋଲ ଯୁକ୍ତ ଦୁଇ ଚକିଆ ଯାନର ବଦଳରେ ଗ୍ରାହକଙ୍କୁ ୬ହଜାର ଟଙ୍କାର ଅତିରିକ୍ତ ଲାଭ ମିଳିବ।
କମ୍ପାନି ଏହି ଅଫର ଇଲେକଟ୍ରିକ୍ ଦୁଇଚକିଆ ଯାନର ବିକ୍ରି ବଢ଼ାଇବା ପାଇଁ କରିଛି। ଏହି ଅଫରରେ ଯଦି ଆପଣଙ୍କ ପୁରୁଣା ବାଇକର ମୂଲ୍ୟ ବଜାରରେ ୬୦୦୦ ଟଙ୍କା ରହିଛି ତେବେ ହିରୋରେ ତାହାକୁ ବଦଳିବା ଦ୍ବାରା ତାହା ୧୨ ହଜାର ଟଙ୍କାରେ ବିକ୍ରି ହେବ।
ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ, ହିରୋ ଖୁବ ଶୀଘ୍ର ଭାରତୀୟ ବଜାରରେ ୪ଟି ଇଲେକଟ୍ରିକ୍ ବାଇକ ଆଣିବାକୁ ଯାଉଛି। ଏଥିମଧ୍ୟରେ ଆଦି ସ୍କୁଟର ରହିଛି। ଏହା ସବୁମଧ୍ୟରୁ ଫୋଟୋନଟି ସବୁଠାରୁ ଏଡ଼ଭାନ୍ସ ମଡେଲ ଅଟେ।
ହିରୋ ଇଲେକଟ୍ରିକର ବାଇକ ଗୁଡିକୁ ଥରେ ଚାର୍ଜ କରିବା ଦ୍ବାରା ତାହା ୬୦ କିଲୋମିଟର ପର୍ୟ୍ୟନ୍ତ ଚାଲିବ। ସେହିପରି ଏହା ମାତ୍ର ୪ ରୁ ୫ ଘଣ୍ଟା ମଧ୍ୟରେ ଫୁଲ ଚାର୍ଜ ହୋଇଯିବ। ଏଥିରେ ଗ୍ରାହକଙ୍କୁ ୪୦କିଲୋମିଟର ପ୍ରତି ଘଣ୍ଟାର ଟପ୍ ସ୍ପିଡ ମିଳିବ।
ନିଶ୍ଚିତ ପଢ଼ନ୍ତୁ : ଏହା ହେଉଛି ଭାରତର ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ , ମୂଲ୍ୟ ଜାଣି ଉଡିଯିବ ହୋସ୍
କମ୍ପାନିର ସବୁଠାରୁ ଆଡଭାନ୍ସ ମଡେଲ ଫୋଟନକୁ ଚାର୍ଜ କରିବା ପାଇଁ ୪-୫ ଘଣ୍ଟା ସମୟ ଲାଗିବ। ସେହିପରି ଥରେ ଚାର୍ଜ କଲେ ଏହା ୧୧୦କିଲୋମିଟର ପର୍ୟ୍ୟନ୍ତ ଚାଲିବ। ଏହାର ଟପ୍ ସ୍ପିଡ଼ ୪୫ କିଲୋମିଟର ପ୍ରତି ଘଣ୍ଟା ହିସାବର ରହିବ।
ହିରୋ ଇଲେକଟ୍ରିକ ବାଇକକୁ ଆପଣ ନିଜର ପୁରୁଣା ସ୍କୁଟରର ଏକ୍ସଚେଞ୍ଜରେ ନେଇପାରିବେ। ସେହିପରି କମ୍ପାନି ଏହାକୁ କିଣିବା ଦ୍ବାରା ୭୦ହଜାର ଟଙ୍କା ବଞ୍ଚାଇ ପାରିବେ। କାରଣ ଏଥିରେ କମ୍ପାନି ବାଇକ୍ସରେ ତିନିବର୍ଷର ୱାରେଣ୍ଟି ମଧ୍ୟ ଦେଉଛି।