ମୋହିତ ପାଣ୍ଡେ ହେଲେ ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ, ସନ୍ଥ ସମାଜରେ ଖୁସିର ମାହୋଲ
ମୋହିତ ପାଣ୍ଡେଙ୍କୁ ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ଭାବରେ ଚୟନ କରାଯାଇଛି। ମୋହିତ ଗାଜିଆବାଦର ବାସିନ୍ଦା। ସେ ୨୦୦୨ ନଭେମ୍ବର ୧୦ରେ ସୀତାପୁରର ବେଲ୍ହାଉରାରେ ଜନ୍ମଗ୍ରହଣ କରିଥିଲେ। ୩୦୦୦ ଲୋକଙ୍କ ସାକ୍ଷାତକାର ପରେ ତାଙ୍କୁ ବଛାଯାଇଛି।
ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ପର୍ବ ଜୋରସୋରରେ ଆଗେଇ ଚାଲିଛି। ଆସନ୍ତା ଜାନୁୟାରୀ ୨୨ରେ ମନ୍ଦିରରେ ବିରାଜମାନ କରିବେ ପ୍ରଭୁ ରାମଚନ୍ଦ୍ର। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଜମାନ ରୂପେ ନିଜର ଦାୟିତ୍ୱ ସମ୍ପାଦନ କରିବେ। ଏହି ଅବସରରେ ସାରା ଦେଶରୁ ଆସିବେ ଭିଭିଆଇପି ଅତିଥିବୃନ୍ଦ। ରାମ ମନ୍ଦିରକୁ ନେଇ ଏବେଠୁ ଦେଶରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ।
ସେପଟେ ମୋହିତ ପାଣ୍ଡେଙ୍କୁ ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ଭାବରେ ଚୟନ କରାଯାଇଛି। ମୋହିତ ଗାଜିଆବାଦର ବାସିନ୍ଦା। ସେ ୨୦୦୨ ନଭେମ୍ବର ୧୦ରେ ସୀତାପୁରର ବେଲ୍ହାଉରାରେ ଜନ୍ମଗ୍ରହଣ କରିଥିଲେ। ୩୦୦୦ ଲୋକଙ୍କ ସାକ୍ଷାତକାର ପରେ ତାଙ୍କୁ ବଛାଯାଇଛି। ତାଙ୍କ ବ୍ୟତୀତ ଅନ୍ୟ ୪୯ ଜଣଙ୍କୁ ମଧ୍ୟ ପୂଜାରୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ମନୋନୀତ ହେବା ପରେ ବର୍ତ୍ତମାନ ମୋହିତ ଏବଂ ତାଙ୍କର ଅନ୍ୟ ସାଥୀମାନଙ୍କୁ ୬ ମାସିଆ ପ୍ରଶିକ୍ଷଣ ଦିଆଯାଉଛି।
ମୋହିତ ପାଣ୍ଡେ ଦୁଧେଶ୍ୱର ବେଦ ବିଦ୍ୟାପୀଠରେ ସାତ ବର୍ଷ ଅଧ୍ୟୟନ କରିବା ପରେ ତିରୁପତିସ୍ଥିତ ଭେଙ୍କଟେଶ୍ୱର ବୈଦିକ ବିଦ୍ୟାଳୟରୁ ଉଚ୍ଚଶିକ୍ଷା ପ୍ରାପ୍ତ କରିଛନ୍ତି। ଦୁଧେଶ୍ୱରର ପୀଠାଧିଶ୍ୱର ଶ୍ରୀ ମହନ୍ତ ନାରାୟଣ ଗିରି କହିଛନ୍ତି ଯେ ଭଗବାନ ଦୁଧେଶ୍ୱରଙ୍କ କୃପାରୁ ମୋହିତଙ୍କୁ ପ୍ରଭୁ ଶ୍ରୀରାମଙ୍କ ସେବା କରିବା ପାଇଁ ଚୟନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ହଜାର ହଜାର ଛାତ୍ରଙ୍କୁ ବେଦ ଓ କର୍ମକାଣ୍ଡର ଶିକ୍ଷା ଦିଆଯାଇଛି। ଆମେ ଗତ ୨୩ ବର୍ଷ ଧରି ଛାତ୍ରମାନଙ୍କୁ ପ୍ରଶିକ୍ଷଣ ଦେଇ ଆସୁଛୁ।
ପାଠପଢ଼ା ସମୟରେ ହିଁ ମୋହିତ ରାମ ମନ୍ଦିରରେ ପୂଜାରୀ ପାଇଁ ଆବେଦନ କରିଥିଲେ। ଏବେ ମୋହିତ ଚୟନ ହେବା ପରେ ସମଗ୍ର ଗାଜିଆବାଦର ସନ୍ଥ ସମାଜରେ ଖୁସିର ମାହୋଲ ଦେଖିବାକୁ ମିଳିଛି।