ବିବାହ ବାର୍ଷିକ ସେଲିବ୍ରେସନ୍ ବେଳେ ପେଟ ଲୁଚାଇଲେ ଅନୁଷ୍କା, ଫଟୋ ହେଉଛି ଭାଇରାଲ
ବଲିଉଡର ଏହି ହିଟ୍ ଯୋଡି ଗତକାଲି ଅର୍ଥାତ୍ ଡିସେମ୍ବର ୧୧ରେ ସେମାନଙ୍କର ବିବାହ ବାର୍ଷିକ ପାଳନ କରିଛନ୍ତି । ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ମାତ୍ରେ ଭାଇରାଲ ହୋଇଛି । ଏହି ସବୁ ଫଟୋରେ ଦେଖିବା ପାଇଁ ମିଳିଛି ଯେ ଅନୁଷ୍କା ତାଙ୍କ ପେଟ ଲୁଚାଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ବଲିଉଡର ଜଣାଶୁଣା ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଯେତେବେଳେ ବି ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ଯୋଡି ବିଷୟରେ କଥାବାର୍ତ୍ତା କରାଯାଏ । ସେହି ଲିଷ୍ଟରେ ସବୁଠାରୁ ଉପରେ କେବଳ ଗୋଟିଏ ନାମ ରହିଥାଏ ଏବଂ ତାହା ହେଉଛି ବିରୁଷ୍କା । ଏହି ଦୁଇ ଜଣଙ୍କ ଯୋଡିକୁ ଫ୍ୟାନ୍ସ ବହୁତ ଭଲ ପାଇବା ଦେଇଥାନ୍ତି । ବଲିଉଡର ଏହି ହିଟ୍ ଯୋଡି ଗତକାଲି ଅର୍ଥାତ୍ ଡିସେମ୍ବର ୧୧ରେ ସେମାନଙ୍କର ବିବାହ ବାର୍ଷିକ ପାଳନ କରିଛନ୍ତି ।
ତେବେ ତାଙ୍କ ବିବାହକୁ ୬ ବର୍ଷ ପୂରଣ ହୋଇଛି ଏବଂ ସେମାନେ ୬ ବର୍ଷ ପୂରା ହେବା ପରେ ମଧ୍ୟ ପରସ୍ପର ପ୍ରତି ଭଲ ପାଇବା କମ ହୋଇ ନାହିଁ । ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଏହି ସେଲିବ୍ରେସନ୍ର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଅଭିନେତ୍ରୀ ଏହି ଫଟୋଗୁଡ଼ିକୁ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ମାତ୍ରେ ଭାଇରାଲ ହୋଇଛି । ଏହି ସବୁ ଫଟୋରେ ଦେଖିବା ପାଇଁ ମିଳିଛି ଯେ ଅନୁଷ୍କା ତାଙ୍କ ପେଟ ଲୁଚାଉ ଥିବାର ଦେଖିବା ପାଇଁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଅନୁଷ୍କା ଶର୍ମା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଡରେ ଅନେକ ଫଟୋ ପୋଷ୍ଟ କରିଛନ୍ତି । ଏହା ସହ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ମଧ୍ୟ ଅନେକ ଫଟୋ ସେୟାର କରିଛନ୍ତି । ଏହି ସବୁ ଫଟୋର କ୍ୟାପସନରେ ଅନୁଷ୍କା ଲେଖିଛନ୍ତି, ‘ଭଲ ପାଇବା, ସାଙ୍ଗ ଏବଂ ପରିବାରରେ ପରିପୂର୍ଣ୍ଣ ହୋଇଥିବା ଦିନ । ସେ ଏପରି ମଧ୍ୟ ଲେଖିଛନ୍ତି ଯେ, ଇନଷ୍ଟାଗ୍ରାମରେ ପୋଷ୍ଟ କରିବାକୁ ବହୁତ ଡେରି ହୋଇଯାଇଛି । ତେବେ ବିବାହର ୬ ବର୍ଷ ପରେ ଦୁଇ ଜଣଙ୍କର ଏହି ସୁନ୍ଦର ଫଟୋ ଦେଖିବା ପରେ ଫ୍ୟାନ୍ସ ବହୁତ ଭଲ ପାଇବା ଦେଇଛନ୍ତି ।
ଏହା ବ୍ୟତୀତ ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମ ଷ୍ଟୋରିରେ ୩ଟି ଫଟୋ ପୋଷ୍ଟ କରିଛନ୍ତି । ସେହି ଫଟୋ ମଧ୍ୟରୁ ଗୋଟିଏ ଫଟୋରେ ଅନୁଷ୍କା ଏବଂ ବିରାଟ କେକ୍ କାଟିଥିବାର ନଜର ଆସିଛନ୍ତି । ଅନ୍ୟ ଗୋଟିଏ ଗ୍ରୁପ୍ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ତେବେ ଅନୁଷ୍କା ଗୋଟିଏ କଳା କଲରର ଅଫଶୋଲ୍ଡର ପୋଷାକ ପିନ୍ଧିଛନ୍ତି ଏବଂ ବିରାଟ କାଜୁଆଲ୍ କଳା ଡ୍ରେସ୍ରେ ନଜର ଆସିଛନ୍ତି । ଏହି ସବୁ ଫଟୋ ମଧ୍ୟରେ ବିରୁଷ୍କାଙ୍କ ଝିଅର ଫଟୋ ଦେଖିବା ପାଇଁ ମିଳିନାହିଁ । ଏହା ବ୍ୟତୀତ ଅନୁଷ୍କା ସବୁ ଫଟୋରେ ତାଙ୍କ ପେଟକୁ ଲୁଚାଇଥିବାର ନଜର ଆସିଛନ୍ତି । ସୂଚନା ମୁତାବକ, ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗର୍ଭବତୀ ଥିବାର ଖବର ଅନେକ ଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ତେବେ ଏପର୍ଯ୍ୟନ୍ତ ଏହି କଥାକୁ ନେଇ ଏହି ମୋଷ୍ଟ ପପୁଲାର ଯୋଡି କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି ।
View this post on Instagram