ଥରାଇଲାଣି ଶୀତ, ଟ୍ୱିନ ସିଟିରେ ୧୫ ଡିଗ୍ରୀ ତଳେ ରହିଛି ପାରଦ

ଖସୁଛି ପାରଦ । ବଢୁଛି ଥଣ୍ଡା । ରାଜ୍ୟରେ ସ୍ବାଭାବିକ ହେଉଛି ଶୀତ । ରାଜ୍ୟକୁ ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରା କମୁଛି । ଟୁଇନି ସିଟିରେ ପାରଦ ୧୫ ଡିଗ୍ରୀ ତଳେ ରହିଛି । ଆଜି ୨୨ ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀରୁ କମ୍ ରେକର୍ଡ କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱର (କେନ୍ୟୁଜ): ଖସୁଛି ପାରଦ । ବଢୁଛି ଥଣ୍ଡା । ରାଜ୍ୟରେ ସ୍ବାଭାବିକ ହେଉଛି ଶୀତ । ରାଜ୍ୟକୁ ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରା କମୁଛି । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ଯାଏ ତଳମୁହାଁ ହୋଇଛି ପାରଦ । ଟ୍ୱିନ ସିଟିରେ ପାରଦ ୧୫ ଡିଗ୍ରୀ ତଳେ ରହିଛି । ଆଜି ୨୨ ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀରୁ କମ୍ ରେକର୍ଡ କରିଛି ପାଣିପାଗ ବିଭାଗ ।

ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି । ସେଠାରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । କେନ୍ଦୁଝରରେ ୯.୪, କିରେଇରେ ୯.୪ ଓ ଦାରିଙ୍ଗିବାଡ଼ିରେ ରାତିର ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସକୁ ଖସିଛି । ସେହିପରି ଫୁଲବାଣୀରେ ୧୦, ଅନୁଗୋଳରେ ୧୦.୬, ସୁନ୍ଦରଗଡ଼ରେ ୧୧, କୋରାପୁଟରେ ୧୧.୨ ଓ ରାଉରକେଲାରେ ରେକର୍ଡ ହୋଇଛି ୧୧.୩ ଡିଗ୍ରୀ ତାପମାତ୍ରା । ଆଗକୁ ଆହୁରି ଖସିବ ପାରଦ । ରାତି ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ୍ ଯାଏ କମିପାର । ୧୫ ତାରିଖ ଯାଏ ଶୀତରୁ ନିସ୍ତାର ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.