ସ୍କାନରରେ ପେମେଣ୍ଟ କରୁଥିଲେ ହୋଇଯାଆନ୍ତୁ ସାବଧାନ୍‌, ନଚେତ୍‌ ଖାଲି ହୋଇଯିବ ଆକାଉଣ୍ଟ

ବର୍ତ୍ତମାନ QR Code ବହୁତ ଲୋକପ୍ରିୟ ହୋଇଚାଲିଛି । ପେମେଣ୍ଟ କରିବା ପାଇଁ ଏହା ସବୁଠୁ ସହଜ ଉପାୟ । ବର୍ତ୍ତମାନ ସମୟରେ କୌଣସି ଜିନିଷ କିଣିବା ପାଇଁ ଲୋକମାନେ QR Code ସ୍କାନ କରି ପେମେଣ୍ଟ କରୁଛନ୍ତି । କିନ୍ତୁ ଏହି ସୁବିଧା ପାଇଁ ସ୍କାମର୍ସମାନେ ସହଜରେ ଆପଣଙ୍କୁ ଠକି ପାରନ୍ତି ।

ବର୍ତ୍ତମାନ QR Code ବହୁତ ଲୋକପ୍ରିୟ ହୋଇଚାଲିଛି । ପେମେଣ୍ଟ କରିବା ପାଇଁ ଏହା ସବୁଠୁ ସହଜ ଉପାୟ । ବର୍ତ୍ତମାନ ସମୟରେ କୌଣସି ଜିନିଷ କିଣିବା ପାଇଁ ଲୋକମାନେ QR Code ସ୍କାନ କରି ପେମେଣ୍ଟ କରୁଛନ୍ତି । କିନ୍ତୁ ଏହି ସୁବିଧା ପାଇଁ ସ୍କାମର୍ସମାନେ ସହଜରେ ଆପଣଙ୍କୁ ଠକି ପାରନ୍ତି । ନକଲି ୱେବସାଇଟ୍ ମାଧ୍ୟମରେ ପେମେଣ୍ଟ ଲିଙ୍କ୍ ସହିତ ଲିଙ୍କ୍ କରିବାକୁ ସ୍କାମର୍ସମାନେ QR କୋଡ୍ ବ୍ୟବହାର କରନ୍ତି । ଯେତେବେଳେ ଜଣେ ୟୁଜର ଏପରି ଏକ QR କୋଡ୍ ସ୍କାନ୍ କରନ୍ତି, ସେତେବେଳେ ସେମାନଙ୍କ ଟଙ୍କା ଏକ ସ୍କାମ ୱେବସାଇଟକୁ ଚାଲିଯାଏ । ତେବେ ଏହି ସ୍କାମରୁ କିପରି ବଞ୍ଚିବେ ଆସନ୍ତୁ ଜାଣିବା ।

ବ୍ୟକ୍ତିଗତ ସୂଚନା ସେୟାର କରନ୍ତୁ ନାହିଁ:
କୌଣସି ସମୟରେ ମଧ୍ୟ ନିଜ ୟୁପିଆଇ ଆଇଡି, ବ୍ୟାଙ୍କ ଡିଟେଲ୍ସ କିମ୍ବା ଓଟିପି କୁ ଅଜଣା ବ୍ୟକ୍ତିଙ୍କ ସହିତ ସେୟାର କରନ୍ତୁ ନାହିଁ ।

ସନ୍ଦିଗ୍ଧ QR କୋଡ୍ ଠାରୁ ସାରବଧାନ ରୁହନ୍ତୁ :
ଯଦି କୌଣସି ସ୍ଥାନରେ ଆପଣ ପେମେଣ୍ଟ କରିବାକୁ ଯାଉଛନ୍ତି ଏବଂ ଆପଣଙ୍କୁ କୌଣସି ପ୍ରକାର ସନ୍ଦେହ ଆସୁଛି ତେବେ ସାବଧାନ ରୁହନ୍ତୁ । ଯଦି କୌଣସି QR କୋଡ୍ ଖରାପ ହୋଇଯାଇଛି କିମ୍ବା କୌଣସି QR କୋଡ୍ ଉପରେ ଅନ୍ୟ ଏକ କୋଡ୍‌ ରହିଥିବା ଦେଖିବାକୁ ପାଇବେ ଉକ୍ତ QR କୋଡରେ ସ୍କାନ କରନ୍ତୁ ନାହିଁ ।

ଏକ ନିର୍ଦ୍ଦିଷ୍ଟ QR କୋଡ୍ ସ୍କାନର ଆପ ବ୍ୟବହାର କରନ୍ତୁ:
ଏକ ନିର୍ଦ୍ଦିଷ୍ଟ ଏବଂ ବିଶ୍ୱସନୀୟ QR କୋଡ୍ ସ୍କାନର ଆପ୍‌ ଆପଣଙ୍କୁ ୟୁରାଏଲ୍‌ ସ୍କାନ କରିବା ପୂର୍ବରୁ ପ୍ରିଭ୍ୟୁ ଦେଖିବା ପାଇଁ ଅନୁମତି ଦେବ । ଏହା ଆପଣଙ୍କୁ ନିଶ୍ଚିତ କରାଇବ ଯେ ଆପଣ ଯେଉଁ ଲିଙ୍କ ଉପରେ ସ୍କାନ କରୁଛନ୍ତି ତାହା ଆପଣଙ୍କ ପାଇଁ ସୁରକ୍ଷିତ ।

ଅନଲାଇନ୍‌ କାରବାର କରିବା ସମୟରେ ସାବଧାନ ରୁହନ୍ତୁ:
ଅନଲାଇନ କାରବାର କରିବା ପୂର୍ବରୁ ବିକ୍ରେତାଙ୍କ ପରିଚୟ ଏବଂ ପ୍ରତିଷ୍ଠାକୁ ଭଲ ଭାବେ ଯାଞ୍ଚ କରନ୍ତୁ ।

ମୋବାଇଲ ନମ୍ବର ସେୟାର କରନ୍ତୁ ନାହିଁ:
ଆପଣଙ୍କ ମୋବାଇଲ ନମ୍ବର ସେୟାର କରିବା ପୂର୍ବରୁ ସାବଧାନ ରୁହନ୍ତୁ । ଯେପର୍ଯ୍ୟନ୍ତ ଆବଶ୍ୟକ ନ ହୋଇଛି ମୋବାଇଲ ନମ୍ବର ସେୟାର କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.