ଶାମି ଫିଭର : ମହମ୍ମଦ ଶାମିଙ୍କୁ ଘର ବାହାରେ ଭିଡ଼ ଜମାଇଲେ ଫ୍ୟାନ୍ସ, ବଢାଇବାକୁ ପଡିଲା ଘରର ସିକ୍ୟୁରିଟି

ମହମ୍ମଦ ଶାମିଙ୍କୁ ଦେଖା କରିବାକୁ ଘରେ ବାହାରେ ପ୍ରବଳ ଭିଡ । ବାଧ୍ୟହୋଇ ଫାର୍ମହାଉସର ସିକ୍ୟୁରିଟି ବଢାଇବାକୁ ପଡିଛି । ବିଶ୍ୱକପ ୨୦୨୩ରେ କମାଲ କରିବା ପରେ ଶାମିଙ୍କୁ ଦେଖା କରିବା ପାଇଁ ଫାର୍ମହାଉସ ବାହାରେ ପ୍ରବଳ ଭିଡ଼ ଜମିଥିଲା । ଯାହାର ଭିଡିଓ ଭାଇରଲ ହେଉଛି ।

ବିଶ୍ୱକପ ୨୦୨୩ରେ ବୋଲିଂରେ କମାଲ କରି ସମସ୍ତଙ୍କ ମନ ଜିଣିପାରିଛନ୍ତି ମହମ୍ମଦ ଶାମି । ଆଉ ତାଙ୍କ ଫ୍ୟାନ୍‌ ଫଲୋଇଂ ସଂଖ୍ୟା ବଢିବାରେ ଲାଗିଛି । ତେବେ ଶାମି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ସେଥିରେ ଦେଖିବାକୁ ମିଳିଛି କି, ତାଙ୍କ ଫାର୍ମ ହାଉସରେ ଅଧିକ ସଂଖ୍ୟାରେ ଫ୍ୟାନ୍ସ ଦେଖା କରିବାକୁ ପହଞ୍ଚିଛନ୍ତି । ଫ୍ୟାନ୍ସଙ୍କ ଭିଡ ଦେଖି ଶାମି ନିଜ ଫାର୍ମହାଉସର ସିକ୍ୟୁରିଟି ବଢାଇବାକୁ ପଡିଛି ।

ଭିଡିଓରେ ଦେଖିବାକୁ ମିଳିଛି କି, ଶାମିଙ୍କୁ ତାଙ୍କ ଫ୍ୟାନ୍ସ ଜଣେ ଜଣେ କରି ସାକ୍ଷାତ କରିବାକୁ ଯାଉଛନ୍ତି । ଏହି ଭିଡିଓ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସୁଛି ଏବଂ ଲଗାତାର ଏହାକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି ଫ୍ୟାନ୍ସ ।

ବିଶ୍ୱକପରେ ଶାମି ୭ଟି ମ୍ୟାଚରେ ୨୪ଟି ଓ୍ଵିକେଟ ନେଇ ନଂ ୧ ବୋଲର ହୋଇଥିଲେ । ଶାମି ଦିନିକିଆ ଏବଂ ଟେଷ୍ଟରେ ଭାରତର ସବୁଠାରୁ ଶ୍ରେଷ୍ଠ ବୋଲର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.