ଚଳନ୍ତା ଟ୍ରେନରେ ଯୁବତୀଙ୍କୁ ଦୁଷ୍କର୍ମ, ବାଥରୁମ କବାଟ ଭାଙ୍ଗି ଅଭିଯୁକ୍ତକୁ ଗିରଫ କଲା ଜିଆରିପି

ମଧ୍ୟପ୍ରଦେଶ କଟନୀରୁ ଉଚେହରା ଯାଉଥିବା ମେମୁ ଟ୍ରେନରେ ଯୁବତୀଙ୍କୁ ଦୁଷ୍କର୍ମ । ଯୁବତୀ ଜଣକ ବାଥରୁମ ଯାଇଥିବା ବେଳେ ଯୁବକ ମାରପିଟ୍‌ କରି ଦୁଷ୍କର୍ମ କରିଥିବା କଥା ପୋଲିସ କିହିଛି । ଜିଆରପି ଏବଂ ଆରପିଏଫ ଟିମ ଯୁବକଙ୍କୁ ବାଥରୁମ କବାଟ ଭାଙ୍ଗି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । 

ମଧ୍ୟପ୍ରଦେଶ: ଚଳନ୍ତା ଟ୍ରେନରେ ଯୁବତୀଙ୍କୁ ଦୁଷ୍କର୍ମ । ଦୁଷ୍କର୍ମକାରୀକୁ ଗିରଫ କରିଛି ପୋଲିସ । କଟନୀରୁ ଉଚେହରା ଯାଉଥିବା ମେମୁ ଟ୍ରେନରେ ଏଭଳି ଘଟଣା ଘଟିଛି । ଯୁବତୀ ଜଣକ ବାଥରୁମ ଯାଇଥିବା ବେଳେ ଯୁବକ ଜଣକ ମାରପିଟ୍‌ କରି ଦୁଷ୍କର୍ମ କରିଥିବା କଥା ପୋଲିସ କିହିଛି । ଜିଆରପି ଏବଂ ଆରପିଏଫ ଟିମ ଯୁବକଙ୍କୁ ବାଥରୁମ କବାଟ ଭାଙ୍ଗି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ।

ଖବର ମୁତାବକ, ରବିବାର ଦିନ ମଧ୍ୟପ୍ରଦେଶ କଟନୀରୁ ଉଚେହରା ଯାଉଥିବା ମେମୁ ଟ୍ରେନର ଏସି କୋଚରେ ବସିଥିବା ଯୁବତୀ ଜଣକ ବାଥରୁମ ଯାଇଥିଲେ । ଏହି ସମୟରେ ଜଣେ ଯୁବକ ଟ୍ରେନରେ ଚଢି ବାଥରୁମକୁ ପସିଯାଇଥିଲେ । ଏହାପରେ ଯୁବତୀଙ୍କୁ ବାଥରୁମରେ ମାରିପିଟ କରିବା ସହିତ ଦୁଷ୍କର୍ମ କରିଥିଲେ । ଯୁବତୀ ଜଣକ ଚିତ୍କାର କରିବାରୁ ଯୁବକ ଜଣକ ବାଥରୁମ କବାଟ ବନ୍ଦ କରିଦେଇଥିଲେ ।  ଟ୍ରେନ ସତନା ଷ୍ଟେସନରେ ପହଞ୍ଚିବା ପରେ ଯୁବତୀ ଜଣକ ଜିଆରପିରେ ଏହି ବିଷୟରେ ସୂଚନା ଦେଇଥିଲେ ।

ଡିଏସପି ସାରିକା ପାଣ୍ଡେ ମୁତାବକ, ଘଟଣା ବିଷୟରେ ଜାଣିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିବା ପୂର୍ବରୁ ଟ୍ରେନ ସତନା ଷ୍ଟେସନ ଛାଡିଦେଇଥିଲା । ସତନା ଜିଆରପି ପୋଲିସ ଷ୍ଟେସନ ମାଷ୍ଟର ସହିତ କଥା ହୋଇ ଟ୍ରେନକୁ ଆଗାମୀ ଷ୍ଟେସନରେ ରୋକିଥିଲେ । ଜିଆରପି ଏବଂ ଆରପିଏଫ ଟିମ ଯୁବକଙ୍କୁ ବାଥରୁମ କବାଟ ଭାଙ୍ଗି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ସତନା ପୋଲିସ ଅଭିଯୁକ୍ତକୁ କଟନୀ ଜିଆରପି ପୋଲିସକୁ ହସ୍ତାନ୍ତର କରିଛି । ତେବେ କଟନୀ ପୋଲିସ ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.