Below header

ଫଟା ଗୋଇଠି ଭଲ କରିବ କଦଳୀ ଚୋପା, ଆଜି ହିଁ ବ୍ୟବହାର କରି ଦେଖନ୍ତୁ ଫରକ

ଆପଣ ଜାଣିଛନ୍ତି ପେଡିକ୍ୟୁର୍ ପାଇଁ କଦଳୀ ଚୋପା ମଧ୍ୟ ବ୍ୟବହାର କରାଯାଇପାରେ। ଯେତେବେଳେ କଦଳୀ ଚୋପା ଦ୍ୱାରା ପେଡିକ୍ୟୁର୍ କରାଯାଏ, ଏହା ଚର୍ମକୁ କୋମଳ ଏବଂ ପରିଷ୍କାର କରିଥାଏ।

କଦଳୀ ଖାଇବାକୁ ପ୍ରାୟ ସମସ୍ତସଙ୍କୁ ଭଲ ଲାଗିଥାଏ । କେହି ଜଣେ ଜଣେ ଥିବେ ଯେଉଁମାନଙ୍କୁ କଦଳୀ ଖାଇବା ପସନ୍ଦ ନୁହେଁ । ତେବେ କଦଳୀ ଖାଇବାବେଳେ ସାଧାରଣତଃ ଲୋକମାନେ ଏହାର ଚୋପାକୁ ଅଦରକାରୀ ମନେକରି ଫୋପାଡି ଦିଅନ୍ତି। ଆଉ ଆପଣ ବି ଯଦି ଏମିତି କରୁଛନ୍ତି, ତାହେଲେ ବର୍ତ୍ତମାନ ଠାରୁ ଆଉ ଏହାକୁ ଫୋପାଡନ୍ତୁନାହିଁ । କାହିଁକିନା କଦଳୀ ଚୋପାରେ ରହିଛି ଅନେକ ପ୍ରକାର ଗୁଣ। ଏହା କେବଳ ଚର୍ମର ସୌନ୍ଦର୍ଯ୍ୟକୁ ବୃଦ୍ଧି କରେ ନାହିଁ ବରଂ ହାତ ଏବଂ ପାଦର ଚର୍ମକୁ ମଧ୍ୟ ସୁସ୍ଥ ରଖେ। ଯଦି ଆପଣ ପାଦର ଚର୍ମରେ କଦଳୀ ଚୋପା ଲଗାନ୍ତି, ତେବେ ଏହା ଚର୍ମକୁ ସଫା କରେ। ପାଦରୁ ମଇଳା ବାହାର କରିବାରେ ଏହା ସାହାଯ୍ୟ କରେ।

ଆପଣ ଜାଣିଛନ୍ତି ପେଡିକ୍ୟୁର୍ ପାଇଁ କଦଳୀ ଚୋପା ମଧ୍ୟ ବ୍ୟବହାର କରାଯାଇପାରେ। ଯେତେବେଳେ କଦଳୀ ଚୋପା ଦ୍ୱାରା ପେଡିକ୍ୟୁର୍ କରାଯାଏ, ଏହା ଚର୍ମକୁ କୋମଳ ଏବଂ ପରିଷ୍କାର କରିଥାଏ। ତାହେଳେ ଆଉ ଡେରି ନକରି ଜାଣିବା କେମିତି ପାଦକୁ ସଫା କରିବା ପାଇଁ କଦଳୀ ଚୋପାର ବ୍ୟବହାର କରିବେ । ଏବଂ ଏହାର ଉପକାର ଏବଂ ପ୍ରୟୋଗ କରିବାର ସଠିକ ତରିକା ବି ଜାଣିବା ।

ପ୍ରାୟ ମହିଳା ନିଜ ପାପୁଲିରେ ମେନିକ୍ୟୁର ଏବଂ ପାଦରେ ପେଡିକ୍ୟୁର୍ କରିବା ପାଇଁ ଅନେକ ଦାମି ଦାମି ଦ୍ରବ୍ୟର ବ୍ୟବହାର କରନ୍ତି । ପେଡିକ୍ୟୁର୍ ପାଇଁ ଅନେକ ବିୟୁଟି ପାର୍ଲରକୁ ମଧ୍ୟ ଯାଆନ୍ତି । କିନ୍ତୁ ଯଦି ଆପଣ ଅଧିକ ଖର୍ଚ୍ଚ କରିବାକୁ ଚାହୁଁନାହାଁନ୍ତି ଏବଂ ପାଦର ପେଡିକ୍ୟୁର୍ କରିବାକୁ ଚାହୁଁଛନ୍ତି ତାହେଲେ ଆମେ ଆପଣଙ୍କ ପାଇଁ ଆଣିଛୁ ଏକ ଘରୋଇ ଉପଚାର ।

bananaଯଦି ଆପଣ କଦଳୀ ଖାଉଛନ୍ତି, ତେବେ ଆଜିଠାରୁ ଏହାର ଚୋପାକୁ ନ ଫୋପାଡି ପାଦକୁ ପେଡିକ୍ୟୁର୍ କରିବାରେ ବ୍ୟବହାର କରନ୍ତୁ। ପ୍ରଥମେ ପାଦକୁ ଭଲ ଭାବେ ସଫା କରନ୍ତୁ। ଏହାପରେ ପାଦର ଚର୍ମକୁ କଦଳୀ ଚୋପାରେ ଭଲ ଭାବରେ ଘଷନ୍ତୁ। ଏହାର ନିୟମିତ ବ୍ୟବହାର ଦ୍ୱାରା ପାଦରୁ ମୃତ ଚର୍ମ କୋଷ ଏବଂ ମଇଳା ବାହାରିଯିବ ଏବଂ ଆପଣଙ୍କ ପାଦ ପରିଷ୍କାର ଦେଖାଯିବ।

ଶୀତଦିନେ ପ୍ରାୟ ମହିଳା ଫଟା ଗୋଇଠି ପାଇଁ ହଇରାଣ ହୁଅନ୍ତି। ଏହାକୁ ଏଡାଇବା ପାଇଁ କଦଳୀ ଚୋପାକୁ ଗୋଇଠିରେ ଘଷନ୍ତୁ ଏବଂ ଏହାକୁ କିଛି ସମୟ ଛାଡିଦିଅନ୍ତୁ। ତା’ପରେ ପାଣିରେ ସଫା କରିଦିଅନ୍ତୁ। ଏହାକୁ ନିୟମିତ କରିବା ଦ୍ୱାରା ପାଦ ନରମ ହୋଇଯାଏ ଏବଂ ପାଦ ଫାଟିବା ସମସ୍ୟା ଦୂର ହୁଏ।

କଦଳୀ ଚୋପାରେ ଟିକେ ବେକିଂ ସୋଡା ପକାନ୍ତୁ ଏବଂ ଏହାକୁ ପାଦରେ ଘଷନ୍ତୁ। ବେକିଂ ସୋଡା ଏକ ସଫେଇ ଏଜେଣ୍ଟ ଭାବରେ କାମ କରେ। ପାଦକୁ ଭଲ ଭାବରେ ଘଷନ୍ତୁ ଏବଂ ଏହାକୁ ୫ ମିନିଟ୍ ପାଇଁ ଛାଡିଦିଅନ୍ତୁ। ଏବେ ଅଧା ବାଲ୍ଟି ପାଣିରେ ଅଳ୍ପ ବେକିଂ ସୋଡା ପକାଇ ଏହାକୁ ମିଶାନ୍ତୁ। ଏଥିରେ ପାଦକୁ ବୁଡ଼ାଇ କିଛି ସମୟ ରଖିବା ପରେ ବାହାର କରନ୍ତୁ। ଏହା ପରେ ପାଦକୁ ଏକ ଟାୱେଲରେ ପୋଛି କିଛି କ୍ରିମ୍ ବା ମଶ୍ଚରାଇଜର ଲଗାନ୍ତୁ।

ଏଥିସହିତ କଦଳୀ ଚୋପାରେ ଦହି, ମହୁ ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହି ପେଷ୍ଟକୁ ପାଦ ଏବଂ ଗୋଡରେ ଲଗାନ୍ତୁ ଏବଂ ଏହାକୁ ଶୁଖିବାକୁ ଛାଡି ଦିଅନ୍ତୁ। ତା’ପରେ ପାଦକୁ ଉଷୁମ ପାଣିରେ ସଫା କରନ୍ତୁ।| ପାଦ ଏବଂ ଚର୍ମକୁ ଶୁଷ୍କ ନହେବା ପାଇଁ କିଛି ବଡି ଅଏଲ କିମ୍ବା ମଶ୍ଚରାଇଜର ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.