Below header

ଖୋର୍ଦ୍ଧାରେ କାଉ ମଡ଼କ, ବାର୍ଡ ଫ୍ଲୁ ଆଶଙ୍କା

ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ପୁବୁସାହି ଗାଁରେ ଦେଖାଯାଇଛି କାଉ ମଡ଼କ । ଗୋଟେ କି ଦୁଇଟି ନୁହେଁ ପ୍ରାୟ ୨୫ରୁ ଊର୍ଦ୍ଧ୍ବ କାଉ ମରିପଡିଛନ୍ତି।

ଖୋର୍ଦ୍ଧା (କେନ୍ୟୁଜ): ମରି ପଡିଛନ୍ତି କାଉ। ଗୋଟେ କି ଦୁଇଟି ନୁହେଁ ପ୍ରାୟ ୨୫ରୁ ଊର୍ଦ୍ଧ୍ବ କାଉ ମରିପଡିଛନ୍ତି। ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ପୁବୁସାହି ଗାଁରେ ଦେଖାଯାଇଛି କାଉ ମଡ଼କ । ପ୍ରାଣୀଧନ ବିଭାଗ ପକ୍ଷରୁ ସ୍ଥାନୀୟ ଏଲ୍ଆଇ ଡାକ୍ତର ବିଜୟ କୁମାର ସାହୁ ଏବଂ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରୁ ମଲା ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇଛି। ମୃତପକ୍ଷୀଙ୍କୁ ପୋଡ଼ିବା ସହ ପକ୍ଷୀ ମରିପଡ଼ିଥିବା ସ୍ଥାନଗୁଡ଼ିକୁ ବିଶୋଧନ କରାଯାଇଥିବା ଜଣାଯାଇଛି ।

୨ରୁ ୩ ଦିନ ଧରି ଗାଁର ବିଭିନ୍ନ ସ୍ଥାନରେ କାଉ ମରି ପଡୁଛନ୍ତି। ତେବେ ହଠାତ୍ କାଉ ମରିବାର କାରଣ ସ୍ପଷ୍ଟ ହୋଇନଥିବାବେଳେ ବାର୍ଡ ଫ୍ଲୁ ଆଶଙ୍କାରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଆଜି ସ୍ଥାନୀୟ ଅଞ୍ଚଳରେ ଥିବା କୁକୁଡା ଏବଂ ଅନ୍ୟ କାଉଙ୍କ ନମୂନା ସଂଗ୍ରହ ପ୍ରକ୍ରିୟା ଅରମ୍ଭ ହୋଇଛି । ଯଦି ବାର୍ଡ ଫ୍ଲୁ ଯୋଗୁ କାଉଁଙ୍କ ମୃତ୍ୟୁ ହୋଇଥାଏ ତେବେ କୁକୁଡାଙ୍କ ରକ୍ତ ଓ ସ୍ୱାବ୍ ପରୀକ୍ଷା ପାଇଁ ଭୋପାଳ ପଠାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.