ଗାଁରେ ବାଘ ଆତଙ୍କ, ଟାଣିନେଇ ମାରି ଖାଇଲା ଛେଳି

ଗାଁରେ ବାଘ ଆତଙ୍କ। ଛେଳି ଚରିବାକୁ ଯାଇଥିବା ବେଳେ ଟାଣିନେଇ ମାରି ଖାଇଲା ବାଘ। ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ବନାଞ୍ଚଳ ଭାଲିଆଗଣି ଗ୍ରାମ୍ୟ ଜଙ୍ଗଲରେ ବାଘ ଆତଙ୍କ ।

ଗଜପତି : ଗାଁରେ ବାଘ ଆତଙ୍କ। ଛେଳି ଚରିବାକୁ ଯାଇଥିବା ବେଳେ ଟାଣିନେଇ ମାରି ଖାଇଲା ବାଘ। ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ବନାଞ୍ଚଳ ଭାଲିଆଗଣି ଗ୍ରାମ୍ୟ ଜଙ୍ଗଲରେ ବାଘ ଆତଙ୍କ । ଏକ ଛେଳିକୁ ବାଘ ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତକାଲି ଗାଁ ନିକଟ ବଡ଼ଡ଼ଙ୍ଗା ପାହାଡ଼କୁ କିଛି ଲୋକ ଛେଳି ଚରାଇବା ପାଇଁ ନେଇଥିଲେ। ସେଥିରୁ ଗୋଟିଏ ଛେଳି ନିଖୋଜ ଥିବା ଜଣାପଡିବା ପରେ ଗ୍ରାମବାସୀ ମାନେ ଜଙ୍ଗଲରେ ଆଜି ଖୋଜାଖୋଜି ଆରମ୍ଭ କରିଥିଲେ ।

ଏକ ପଥର ଉପରେ ଛେଳିର ଖଣ୍ଡବିଖଣ୍ଡିତ ମୃତଦେହ ପଡିଥିବା ସେମାନେ ଦେଖିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ଲଖାରୀ ଅଭୟାରଣ୍ୟକୁ ଉକ୍ତ ଜଙ୍ଗଲ ଲାଗି ରହିଥିବା ଯୋଗୁଁ କଲରାପତରିଆ ବାଘ ଛେଳିକୁ ମାରିଖାଇଥିବା ସନ୍ଦେହ କରାଯାଉଛି। ବାଘ ଭୟରେ ଲୋକେ ଜଙ୍ଗଲକୁ ଜାଳେଣି ବନ୍ୟଜାତ ଦ୍ରବ୍ୟ ଆଣିବାକୁ ଯିବା ବନ୍ଦ କରିଦେଇଛନ୍ତି।

Leave A Reply

Your email address will not be published.