ରୋମାନ୍ସ ଏବଂ ପ୍ରେମ ର ସପ୍ତାହ ଭାଲେଣ୍ଟାଇନ୍ ଚାଲୁଛି। ପ୍ରେମୀ ଯୋଡି ମାନେ ନିଜ ନିଜର ସାଥିଙ୍କ ଖୋଜରେ ଅଛନ୍ତି। ଏହି ଭାଲେଣ୍ଟାଇ ଡେ ରେ ଗିଫ୍ଟ ଦୋକାନରେ ନାହିଁ ନଥିବା ଭିଡ ଲାଗିଥାଏ। ଏହି କଥା ଆପଣ ମଧ୍ୟ ଜାଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ସେହି କଥା ଜଣାଇବୁ ଯାହା ଆପଣ ଜାଣି ନାହାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ସିମ୍ କାର୍ଡ ଫ୍ରଡ୍, ଏଟିଏମ୍ କାର୍ଡ ଫ୍ରଡ୍ ଭଳି ଠକଙ୍କ ବିଷୟରେ ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ରୋମାନ୍ସ ଫ୍ରଡ୍ ବିଷୟରେ ଜଣାଇବୁ।
ଆପଣଙ୍କୁ ବିଶ୍ବାସ ହେଉ ନଥିଲେ ବି ଏହା ସତ ଯେ ବ୍ରିଟେନରେ ରୋମାନ୍ସ ଫ୍ରଡ୍ ଙ୍କ କାରୋବାର ୪୫୦ କୋଟି ପହଁଚିଗଲାଣି, ଏହି କଥା ବ୍ରିଟେନ ପୋଲିସ ଜାରି କରିଛନ୍ତି। ଏବେ ପ୍ରଶ୍ନ ଉଠୁଥିବ ଏହି ରୋମାନ୍ସ ଫ୍ରଡ୍ କିଏ ? ତେବେ ଆସନ୍ତୁ ଜାଣିବା।
ନିଶ୍ଚୟ ପଢ଼ନ୍ତୁ : ଭୁଲରେ ମଧ୍ୟ ମିସକଲକୁ କରନ୍ତୁ ନାହିଁ ଅଣଦେଖା, ଅଥବା ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ
ରୋମାନ୍ସ ଫ୍ରଡ୍ ଆଉ କେହି ନୁହଁନ୍ତି ବରଂ ଭାଲେଣ୍ଟାଇନରେ ପ୍ରେମର ଖୋଜରେ ଥିବା ଯୁବକ ଏବଂ ଯୁବତୀଙ୍କ ଡେଟିଙ୍ଗ୍ କିମ୍ବା ସୋସିଆଲ ମିଡିଆ ଜରିଆରେ ଫସାଇବା ଏବଂ ଟଙ୍କା ହଡପ କରିବା ଅଟେ।
ଏହି ଫ୍ରଡ ବା ଠକ ମାନେ ନକଲି ପ୍ରୋଫାଇଲ ବନାଇ ଲୋକଙ୍କୁ ନିଜ ପ୍ରେମ ଜାଲରେ ଫସାନ୍ତି ଏବଂ ପ୍ରେମ ନାମରେ ଟଙ୍କା ନେଇ ଫେରାର ହୋଇଯାନ୍ତି। ଏହି ଠକ ମାନେ ଏମିତି ଭାବରେ କଥା ହୁଅନ୍ତି ଯେ, ଯେ କେହି ବି ଭାବିବେ ସେମାନଙ୍କୁ ତାଙ୍କ ମନଲାଖି ସାଥି ମିଳିଗଲା। କିନ୍ତୁ ଏହିଭଳି ଭାବରେ ଲୋକମାନେ ଧୋକର ଶିକାର ହେଉଛନ୍ତି।
ପୋଲିସ ରିପୋର୍ଟ ଅନୁଯାୟୀ ଗତ ବର୍ଷ ୨୦୧୮ରେ ରୋମାନ୍ସ ଠକଙ୍କୁ ନେଇ ୪,୫୫୫ ଲୋକ ଅଭିଯୋଗ କରିଛନ୍ତି ଏବଂ ଏହି ସବୁ ମାମଲାରେ ୪୫୦ କୋଟି ଟଙ୍କା ଧୋକା ହୋଇଛି। ଏହି ଧୋକାରୁ ରକ୍ଷା ପାଇବା ପାଇଁ ବ୍ରିଟେନରେ ଅଭିଯାନ ଚାଲୁଛି।