ଶ୍ରୀମନ୍ଦିର ସଂସ୍କାର ପାଇଁ ଶଙ୍କରାଚାର୍ଯ୍ୟଙ୍କ ଉଦ୍ୟମ, ଆସନ୍ତା ୧୭ରେ ବସିବ ବୈଠକ

ପୁରୀ (କେନ୍ୟୁଜ୍) : ଶ୍ରୀମନ୍ଦିରରେ ପ୍ରଶାସନିକ ସଂସ୍କାର, ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ନେଇ ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧୀଶ ଜଗତଗୁରୁ ଶଙ୍କରାଚାର‌୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଉଦ୍ୟମ । ଆସନ୍ତା ୧୭ରେ ବସିବ ଶ୍ରୀମନ୍ଦିର ସଂସ୍କାର ବୈଠକ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି, ମୁଖ୍ୟ ବିଚାରପତି, ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ଦିବ୍ୟସିଂହ ଦେବ, ପରିଚାଳନା କମିଟି ସଦସ୍ୟଙ୍କ ସମେତ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଯୋଗ ଦେବେ । ଶ୍ରୀମନ୍ଦିର ପ୍ରଶାସନିକ ସଂସ୍କାର ପ୍ରକ୍ରିୟା ଯେପରି ଦିଗହୀନ ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ଶଙ୍କରାଚାର‌୍ୟ୍ୟ ଏଭଳି ପଦକ୍ଷେପ ନେଇଛନ୍ତି । ଶଙ୍କରାଚାର‌୍ୟ୍ୟଙ୍କ ଏହି ଉଦ୍ୟମ ଏକ ନୂଆ ଦିଗ ଦେବ ବୋଲି ଗୋବର୍ଦ୍ଧନ ମଠ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.