୭ ଦିନ ପର୍ଯ୍ୟନ୍ତ ପ୍ରତିଦିନ ଖାଆନ୍ତୁ ଡାଳିମ୍ବ, ମିଳିବ ଅନେକ ସମସ୍ୟାରୁ ମୁକ୍ତି
ଡାଳିମ୍ବ ଖାଇବା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ତେବେ ଡାଳିମ୍ବରେ ଭଲ ପରିମାଣର ଫାଇବର ଥାଏ ଯାହା ହଜମ ଶକ୍ତିରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।
ଡାଳିମ୍ବ ହେଉଛି ଏକ ଏପରି ଫଳ ଯେଉଁଥିରେ ଅଧିକ କ୍ୟାଲୋରୀ, ଫାଇବର, ଭିଟାମିନ୍ ଏବଂ ଖଣିଜ ପଦାର୍ଥରେ ଭରପୂର ରହିଥାଏ । ତେବେ ଆପଣ ବର୍ଷସାରା ଏହାକୁ ଖାଇପାରିବେ । କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହାକୁ ଖାଆନ୍ତି ନାହିଁ । କିନ୍ତୁ ଡାଳିମ୍ବ ଖାଇବା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ତେବେ ଡାଳିମ୍ବରେ ଭଲ ପରିମାଣର ଫାଇବର ଥାଏ ଯାହା ହଜମ ଶକ୍ତିରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଏହାକୁ ନିୟମିତ ୭ ଦିନ ଖାଇବା ଦ୍ୱାରା, ଆପଣ ନିଜ ଶରୀରରେ କିଛି ପରିବର୍ତ୍ତନ ଦେଖିପାରିବେ । ତାହେଲେ ଆସନ୍ତୁ ଜାଣିବା ଯେ ୭ ଦିନ ପାଇଁ ଡାଳିମ୍ବ ଖାଇବାର ଲାଭ । ଏହା ସହ କେଉଁ ସବୁ ରୋଗରୁ ମୁକ୍ତି ପାଇପାରିବେ ।
ହାଇ ବିପି କମ୍ କରିବାରେ ସାହାଯ୍ୟକାରୀ ହୋଇଥାଏ :
ଯଦି ଆପଣ ହାଇ ବ୍ଲଡ ପ୍ରେସର ସମସ୍ୟା ଦ୍ୱାରା ଅସୁବିଧାରେ ପଡୁଛନ୍ତି, ତେବେ ଆପଣ ଡାଳିମ୍ବ ଖାଇବା ଉଚିତ୍ । ଡାଳିମ୍ବରେ ପ୍ୟୁନିକ୍ ଏସିଡ୍ ଭରପୂର ମାତ୍ରାରେ ମିଳିଥାଏ । ଯାହା କୋଲେଷ୍ଟ୍ରଲ୍କୁ କମ୍ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଏହା ଟ୍ରାଇଗ୍ଲାଇସରାଇଡ୍ କମ୍ କରେ, ଧମନୀକୁ ସଫା କରେ ଏବଂ ହାଇ ବିପି ସମସ୍ୟା କମ୍ କରିବାରେ ସାହାଯ୍ୟ କରେ ।
ଷ୍ଟ୍ରେସ୍ କମ୍ କରେ :
ଡାଳିମ୍ବ ନିୟମିତ ଖାଇବା ଦ୍ୱାରା ଷ୍ଟ୍ରେସ୍ କମ୍ ହେବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଏହା ଅକ୍ସିଡେଟିଭ୍ ଷ୍ଟ୍ରେସ୍କୁ କମ୍ କରିଥାଏ ଏବଂ ମେଣ୍ଟାଲ ଷ୍ଟ୍ରେସ୍ ମଧ୍ୟ କମ୍ ହୋଇଥାଏ । କେବଳ ଏତିକି ନୁହେଁ, ଏହା କର୍ଟିସୋଲ ଲେବଲ୍କୁ କମ୍ କରିଥାଏ ଏବଂ ଷ୍ଟ୍ରେସ୍ ହରମୋନକୁ କମ୍ କରିଥାଏ, ଯାହା ଦ୍ୱାରା ଭଲ ନିଦ ହୋଇଥାଏ ଏବଂ ଷ୍ଟ୍ରେସ୍ ମଧ୍ୟ କମ୍ ହୋଇଥାଏ ।
ଷ୍ଟେମିନା ବଢିଥାଏ :
ଡାଳିମ୍ବ ନିୟମିତ ଭାବେ ଖାଇବା ଦ୍ୱାରା ଷ୍ଟେମିନା ବଢିବାରେ ସହାୟକ ହୋଇଥାଏ । ଏହା ଫ୍ଲାଭୋନୋଲରେ ଭରପୂର ଏବଂ ଶରୀରରେ ଫୁଲା ମଧ୍ୟ କମ୍ କରିଥାଏ । ଏହା ବ୍ୟତୀତ ହାଡ ସମ୍ବନ୍ଧୀୟ ସମସ୍ୟା କମ୍ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ । କେବଳ ଏତିକି ନୁହେଁ, ଏହା ଅଷ୍ଟିଓଆର୍ଥ୍ରାଇଟିସର ବିପଦକୁ ମଧ୍ୟ କମ୍ କରିଥାଏ ଏବଂ ଅନେକ ହାଡ ସମ୍ବନ୍ଧୀୟ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଏହା ସହ ଡାଳିମ୍ବ ଖାଇବା ଦ୍ୱାରା ଷ୍ଟେମିନା ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ ।
ଶରୀରରେ ଦୁର୍ବଳତା ଦୂର କରେ :
ପ୍ରତିଦିନ ଡାଳିମ୍ବ ଖାଇବା ଦ୍ୱାରା ଅଳସୁଆ ଏବଂ ଦୁର୍ବଳତା ଦୂର ହେବାରେ ସହାୟକ ହୋଇଥାଏ । ଏହାର ଆଇରନ୍ ଶରୀରରେ ରେଡ୍ ବ୍ଲଡ ସେଲ୍ସକୁ ଭଲ କରିଥାଏ, ଯାହା ଶରୀରରେ ଦୁର୍ବଳତା ଏବଂ ଅଳସୁଆକୁ କମ୍ କରିଥାଏ । ଏହା ବ୍ୟତୀତ ଆହୁରି ଅନେକ ପ୍ରକାରର ଫାଇଦା ମଧ୍ୟ ରହିଛି । ସେଥିପାଇଁ ଏହି ଉପାୟରେ ଡାଳିମ୍ବ ଖାଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ଏହା ସହ ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ରକ୍ଷା ପାଇପାରିବେ । ସେଥିପାଇଁ ନିୟମିତ ଭାବେ ପ୍ରାୟ ୭ ଦିନ ଡାଳିମ୍ବ ଖାଆନ୍ତୁ, ଦେଖିବେ ଏହି ସବୁ ସମସ୍ୟାରୁ କିପରି ରକ୍ଷା ପାଇବେ ।