ଗୁଜରାଟ: ପୋରବନ୍ଦରରୁ ୪୫୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ, ୬ ପାକିସ୍ତାନୀ ନାଗରିକ ଗିରଫ
ଗୁଜରାଟ ଏଟିଏସ୍ ଟିମ୍ ଏକ ଅପରେସନରେ ୬ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି । ଟିମ୍ ତାଙ୍କ ପାଖରୁ ପ୍ରବଳ ମାତ୍ରାରେ ଡ୍ରଗ୍ସ ଜବତ କରିଛି ।
ଗୁଜରାଟ ଏଟିଏସ୍ ଟିମ୍ ଏକ ଅପରେସନରେ ୬ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି । ଟିମ୍ ତାଙ୍କ ପାଖରୁ ପ୍ରବଳ ମାତ୍ରାରେ ଡ୍ରଗ୍ସ ଜବତ କରିଛି । ଅଧିକାରୀମାନେ ମଙ୍ଗଳବାର ସୂଚନା ଦେଇଛନ୍ତି ଯେ ଗୁଜରାଟର ପୋର୍ବନ୍ଦର ନିକଟରୁ ୬ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ଟିମ୍ ପାଖାପାଖି ୪୫୦ କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ ସହ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ କରିଛି ।
ଟିମ୍କୁ ସୂଚନା ମିଳିଥିଲା ଯେ କିଛି ପାକିସ୍ତାନୀ ଚୋରା ଚାଲାଣକାରୀ ପୋରବନ୍ଦରରୁ ପାଖାପାଖି ୧୮୫ ନିଉଟିକାଲ୍ ମାଇଲ୍ ଦୂରରେ ଏକ ଭାରତୀୟ ଡଙ୍ଗାକୁ ବହୁ ପରିମାଣର ନିଷିଦ୍ଧ ଔଷଧ ଦେଇଛନ୍ତି । ସେମାନେ ପଞ୍ଜାବ ଏବଂ ଦିଲ୍ଲୀକୁ ଡ୍ରଗ୍ସ ଯୋଗାଣ କରିବାକୁ ଯୋଜନା କରୁଛନ୍ତି ।
ସୂଚନା ଆଧାରରେ ଏଟିଏସ୍, ଏନ୍ସିବି ଏବଂ ଭାରତୀୟ ତଟରକ୍ଷୀ ବଳ ଏକ ମିଳିତ ଅପରେସନ ଚଳାଇଥିଲେ । ଟିମ୍ ମଙ୍ଗଳବାର ସକାଳେ ଏକ ଡଙ୍ଗାରେ ଚଢ଼ାଉ କରି ୬୦ ପ୍ୟାକେଟ୍ ଡ୍ରଗ୍ସ ସହ ୬ ପାକିସ୍ତାନୀ ନାଗରିକଙ୍କୁ ଧରିଥିଲା । ସେମାନଙ୍କ ପାଖରୁ ଜବତ ନିଷିଦ୍ଧ ଔଷଧଗୁଡ଼ିକର ଅନ୍ତର୍ଜାତୀୟ ବଜାର ମୂଲ୍ୟ ୪୦୦ କୋଟିରୁ ଅଧିକ ବୋଲି କୁହାଯାଉଛି ।
କହି ରଖୁଛୁ, ଏହା ପୂର୍ବରୁ ଗୁଜରାଟ ଏସ୍ଓଜି ଏବଂ ଏନ୍ଡିପିଏସ୍ ଟିମ୍ ଏକ ମିଳିତ ଅପରେସନରେ ଭେରାଭଲ୍ ବନ୍ଦରର ନଲିଆ ଗୋଲି ତଟରେ ଚଢ଼ାଉ କରିଥିଲେ । ସେଠାରୁ ଟିମ୍ ୩୫୦ କୋଟି ଟଙ୍କା ମୂଲ୍ୟର ୫୦ କିଲୋ ଡ୍ରଗ୍ସ ଜବତ କରିଥିଲା ।