Below header

Jioର ଦମଦାର ରିଚାର୍ଜ ପ୍ଲାନ, ଦୈନିକ ୨GB ଡାଟା ସହ ଫ୍ରି ମିଳିବ Prime Video

OTT ଷ୍ଟ୍ରିମିଂ ପ୍ରେମୀଙ୍କ ପାଇଁ କମ୍ପାନୀ ବର୍ତ୍ତମାନ ଏହାର ଅନେକ ପ୍ଲାନରେ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମର ଫ୍ରି ସବସ୍କ୍ରିପସନ୍ ପ୍ରଦାନ କରୁଛି । ଆଜି ଆମେ ଆପଣଙ୍କୁ ଜିଓର ଏପରି ପ୍ଲାନ ବିଷୟରେ ସୂଚନା ଦେବାକୁ ଯାଉଛୁ ଯେଉଁଥିରେ ଆମାଜନ ପ୍ରାଇମ ଭିଡିଓର ସବସ୍କ୍ରିପସନ୍ ଲଙ୍ଗ ଭାଲିଡିଟି ସହିତ ଉପଲବ୍ଧ ।

ଯେତେବେଳେ ରିଚାର୍ଜ ପ୍ଲାନ ବିଷୟରେ କଥାବାର୍ତ୍ତା ହୁଏ, ରିଲାଏନ୍ସ ଜିଓର ନାମ ନିଶ୍ଚୟ ଆସେ । ଜିଓ ହେଉଛି ଦେଶର ସବୁଠାରୁ ବଡ ଟେଲିକମ୍ କମ୍ପାନୀ । ଜିଓରେ ବର୍ତ୍ତମାନ ୪୪ କୋଟିରୁ ଅଧିକ ୟୁଜର୍ସ ଅଛନ୍ତି । ନିଜର ଲକ୍ଷ ଲକ୍ଷ ୟୁଜର୍ସଙ୍କ ସୁବିଧା ପାଇଁ, ଜିଓ ଏହାର ତାଲିକାରେ ଅନେକ ଦମଦାର ପ୍ଲାନ ଯୋଡିଛି । Jio ଏହାର ଅନେକ ପ୍ଲାନରେ ଏହାର ୟୁଜର୍ସମାନଙ୍କୁ OTT ର ଲାଭ ମଧ୍ୟ ପ୍ରଦାନ କରେ ।
ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀ ବିଭିନ୍ନ ପ୍ରକାରର ଅଫର ମଧ୍ୟ ଆଣିଥାଏ ।

OTT ଷ୍ଟ୍ରିମିଂ ପ୍ରେମୀଙ୍କ ପାଇଁ କମ୍ପାନୀ ବର୍ତ୍ତମାନ ଏହାର ଅନେକ ପ୍ଲାନରେ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମର ଫ୍ରି ସବସ୍କ୍ରିପସନ୍ ପ୍ରଦାନ କରୁଛି । ଆଜି ଆମେ ଆପଣଙ୍କୁ ଜିଓର ଏପରି ପ୍ଲାନ ବିଷୟରେ ସୂଚନା ଦେବାକୁ ଯାଉଛୁ ଯେଉଁଥିରେ ଆମାଜନ ପ୍ରାଇମ ଭିଡିଓର ସବସ୍କ୍ରିପସନ୍ ଲଙ୍ଗ ଭାଲିଡିଟି ସହିତ ଉପଲବ୍ଧ । ଜିଓ ତାଲିକାରେ ୮୫୭ ଟଙ୍କା ମୂଲ୍ୟର ଏକ ପ୍ରିପେଡ୍ ରିଚାର୍ଜ ପ୍ଲାନ ଅଛି । ଟେଲିକମ୍ ୟୁଜର୍ସମାନେ ଏହି ପ୍ଲାନରେ ଅନେକ ଭଲ ଅଫର୍ ପାଆନ୍ତି । ଏହି ପ୍ଲାନରେ, କମ୍ପାନୀ ୟୁଜର୍ସଙ୍କୁ ୮୪ ଦିନର ଏକ ଲଙ୍ଗ ଭାଲିଡିଟି ପ୍ରଦାନ କରିଥାଏ ।

ଏହି ଭାଲିଡିଟି ସମୟରେ ଆପଣ ଯେକୌଣସି ନେଟୱାର୍କରେ ଫ୍ରି କଲିଂ କରିପାରିବେ । ଏହି ପ୍ଲାନରେ, ରିଲାଏନ୍ସ ଜିଓ ୟୁଜର୍ସଙ୍କୁ ୮୪ ଦିନ ପାଇଁ ୧୬୮ ଜିବି ଡାଟା ଦେଇଥାଏ । ଆପଣ ପ୍ରତିଦିନ ୨GB ଡାଟା ବ୍ୟବହାର କରିପାରିବେ । Jio ର ଏହି ଅଫର୍ ଅନଲିମିଟେଡ ଟ୍ରୁ’ 5G ଡାଟା ସହିତ ଆସିଥାଏ । ଆପଣ ଏଥିରେ ଫ୍ରିରେ ଅନଲିମିଟେଡ 5G ଡାଟା ବ୍ୟବହାର କରିପାରିବେ । ଏହି ପ୍ଲାନରେ ଜିଓ ଏହାର ୟୁଜରମାନଙ୍କୁ ପ୍ରତିଦିନ ୧୦୦ ଫ୍ରି SMS ଦେଇଥାଏ ।

ଯଦି ଆପଣ OTT ଷ୍ଟ୍ରିମିଂ ପାଇଁ ଆମାଜନ ପ୍ରାଇମ ଭିଡିଓ ସବସ୍କ୍ରିପସନ୍ ପାଇଁ ପୃଥକ ଭାବରେ ଟଙ୍କା ଖର୍ଚ୍ଚ କରୁଥିଲେ, ତେବେ ବର୍ତ୍ତମାନ ଆପଣ ଏହି ଟଙ୍କା ସଞ୍ଚୟ କରିପାରିବେ । ଏଥିରେ କମ୍ପାନୀ ୮୪ ଦିନ ପାଇଁ ପ୍ରାଇମ ଭିଡିଓର ଫ୍ରି ସବସ୍କ୍ରିପସନ୍ ଦେଉଛି । ଏହା ସହିତ ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ୍ ର ଏକ୍ସଟ୍ରା ବେନିଫିଟସ୍‌ ମଧ୍ୟ ଉପଲବ୍ଧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.