ଆଜି ୪ ସହରରେ ପାରଦ ୪୩ ଡିଗ୍ରୀ ସେଲସିୟସ୍ , ଅନୁଗୁଳରେ ସର୍ବାଧିକ ୪୩.୫ ଡିଗ୍ରୀ

ଆକାଶରୁ ନିଆଁ ବର୍ଷା। ଝାଞ୍ଜି କରୁଛି କଲବଲ। ଉପକୂଳରୁ ଉପାନ୍ତ। ପ୍ରଚଣ୍ଡ ତାତିରେ ଆଉଟୁପାଉଟୁ ରାଜ୍ୟବାସୀ। ଆଗାମୀ ୨୪ ଘଣ୍ଟା ଯାଏ ଜାରି ରହିବ ଗ୍ରୀଷ୍ମପ୍ରବାହ।

ଭୁବନେଶ୍ୱର : ଆକାଶରୁ ନିଆଁ ବର୍ଷା। ଝାଞ୍ଜି କରୁଛି କଲବଲ। ଉପକୂଳରୁ ଉପାନ୍ତ। ପ୍ରଚଣ୍ଡ ତାତିରେ ଆଉଟୁପାଉଟୁ ରାଜ୍ୟବାସୀ। ଆଗାମୀ ୨୪ ଘଣ୍ଟା ଯାଏ ଜାରି ରହିବ ଗ୍ରୀଷ୍ମପ୍ରବାହ। ଆଜି ୪ ସହରରେ ପାରଦ ଛୁଇଁଛି ୪୩ ଡିଗ୍ରୀ ସେଲସିୟସ୍ । ଅନୁଗୁଳରେ ସର୍ବାଧିକ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ ହୋଇଛି । ମାଲକାନଗିରିରେ ୪୩.୨ ଏବଂ ବୌଦ୍ଧ ଓ ଟିଟିଲାଗଡ଼ରେ ପାରଦ ରହିଥିଲା ୪୩ ଡିଗ୍ରୀ ସେଲସିୟସ୍ ।

୨୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଉତ୍ତପ୍ତ ଓ ଆଦ୍ର ବାୟୁ ସହ ଉଷ୍ମ ରାତି ଅସମ୍ଭାଳ କରିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।   ୭ ତାରିଖ ବେଳକୁ କାଳବୈଶାଖୀ ପ୍ରଭାବରେ ଖସିବ ତାପମାତ୍ରା। କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ ଓ କୁଆପଥର ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ପ୍ରବଳ ଖରା ପାଇଁ ବଢୁଛି ଅଂଶୁଘାତରୁ ବର୍ତ୍ତିବାକୁ ପରାମର୍ଶ ଦେଇଛି ଜନସ୍ବାସ୍ଥ୍ୟ ବିଭାଗ। ମଧ୍ୟାହ୍ନ ସମୟରେ ଆଉଟଡୋର ଗେମ ପାଇଁ ବାରଣ କରିଛି ଏସଆରସି।

Leave A Reply

Your email address will not be published.