ଖୋର୍ଦ୍ଧା ବୋଲଗଡ଼ ଦେଉଳି ନୂଆସାହିରେ ଦିନଦ୍ୱିପହରେ ଯୁବକଙ୍କୁ ହାଣି ହତ୍ୟା

ବୋଲଗଡ଼(କେନ୍ୟୁଜ୍) : ଦିନଦ୍ୱିପହରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା। ଖୋର୍ଦ୍ଧା ବୋଲଗଡ଼ ବ୍ଲକ ଦେଉଳି ନୂଆସାହିରେ ଘଟିଛି ଲୋମହର୍ଷକ ହତ୍ୟା। ମଧ୍ୟାହ୍ନ ୧୨ଟାରେ ଦେଉଳି ନୂଆସାହିର ଚିନ୍ମୟ ସାହୁଙ୍କୁ କେହି ବିଚ୍ ରାସ୍ତାରେ ହତ୍ୟା କରିଛି। ଘଟଣାସ୍ଥଳରେ ଏକ ଧାରୁଆ ଅସ୍ତ୍ର ପଡ଼ି ରହିଛି। ବଡ଼ବାପା ପୁଅ ତାଙ୍କୁ ହତ୍ୟା କରିବା ପରେ ଫେରାର ହୋଇଯାଇଛି। ମୃତକ ଜଣକ ଗତ ୨୧ ତାରିଖରେ ବିବାହ କରିଥିଲେ। ପାରିବାରିକ କଳହକୁ ନେଇ ଘଟିଛି ହତ୍ୟାକାଣ୍ଡ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.