ରାଜ୍ୟ କଂଗ୍ରେସରୁ ହଟିବ ପରିବାର ବାଦ : ଲାଗୁ ହେବ ଗୋଟିଏ ପରିବାର ଗୋଟିଏ ଟିକେଟ

ଭୁବନେଶ୍ବର : ରାଜ୍ୟ କଂଗ୍ରେସରୁ ହଟିବ ପରିବାର ବାଦ । ଲାଗୁ ହେବ ଓ୍ଵାନ୍‌ ଫ୍ୟାମିିଲି, ଓ୍ଵାନ୍‌ ଟିକେଟ୍‌ ବା ଗୋଟିଏ ପରିବାର ଗୋଟିଏ ଟିକେଟ । ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେବାପରେ କଂଗ୍ରେସ ନେତାମାନେ ପ୍ରତିକ୍ରିୟା ରଖିଛନ୍ତି । ଏହାକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି । ସେହିପରି ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି, ଗାଇଡ୍‌ଲାଇନ୍‌ ମାନିବା ପାଇଁ ସମସ୍ତେ ବାଧ୍ୟ । ଅନ୍ୟ ପଟେ ପରିବାରବାଦ ଉପରେ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେହିପରି ସୁର ରାଉତରାୟ ବି ପ୍ରତିକ୍ରିୟା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.