ଦିନେ ଥିଲେ ବଲିଉଡର ହିଟ୍ ଅଭିନେତ୍ରୀ, ଏବେ ଦେଖାଯାଉଛନ୍ତି ଏମିତି. . . . .

ବଲିଉଡର ବହୁ ଚର୍ଚ୍ଚିତ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀଙ୍କୁ ପ୍ରାୟତଃ ଅନେକ ଲୋକ ମନେପକାନ୍ତି। କିନ୍ତୁ ଏମିତି କିଛି ସମୟ ଥିଲା ଯେଉଁ ସମୟରେ ସେ ମଧ୍ୟ ଅନ୍ୟ ଅଭିନେତ୍ରୀମାନଙ୍କ ମଧ୍ୟରେ ଟପ୍ ରେ ରହିଥିଲେ। କଣ ଆପଣମାନେ ଜାଣିଛନ୍ତି କି ମିନାକ୍ଷୀ ଯେତେବେଳେ ୧୭ ବର୍ଷ ବୟସର ହୋଇଥିଲେ ସେହି ସମୟରେ ତାଙ୍କୁ ମିସ୍ ଇଣ୍ଡିଆରେ ଚୟନ କରାଯାଇଥିଲା। ସେହି ସମୟରେ ସେ ଶଶିକଲା ଶେଷାଦ୍ରୀ ନାମରେ ପରିଚିତ ଥିଲେ। ମିସ୍ ଇଣ୍ଡିଆ ହେବା ପରେ ଖବର କାଗଜରେ ତାଙ୍କର ଫଟୋ ବାହାରିଥିଲା। ଏହି ଫଟୋରେ ଫିଲ୍ମ ନିର୍ମାତା ମନୋଜ କୁମାରଙ୍କ ନଜର ପଡିବା ପରେ ସେ ତାଙ୍କର ଆସୁଥିବା ନୂଆ ଫିଲ୍ମ ‘ପେଣ୍ଟର ବାବୁ’ରେ ମିନାକ୍ଷୀଙ୍କୁ ହିରୋଇନ କରିବା ପାଇଁ ସ୍ଥିର କରିଥିଲେ। ମିନାକ୍ଷୀଙ୍କ ବାସ୍ତବ ନାମ ଶଶିକଳା ରହିଥିଲା, କିନ୍ତୁ ଏହି ନାମରେ ତାଙ୍କ ପୂର୍ବରୁ ଅନ୍ୟ ଜଣେ ଅଭିନେତ୍ରୀ ପରିଚିତ ଥିଲେ। ଏହି କାରଣରୁ ବଲିଉଡରେ ତାଙ୍କ ନା ମିନାକ୍ଷୀ ଶେଷାଦ୍ରୀ ନାମରେ ପରିଚିତ।

meenakshi-seshadri‘ପେଣ୍ଟର ବାବୁ’ ଫିଲ୍ମ ଫ୍ଲପ ହେବା ପରେ ତାଙ୍କର ହିନ୍ଦୀ ଫିଲ୍ମ କରିବାର ଆଶା ଭାଙ୍ଗିଯାଇଥିଲା। ଏହାପରେ ସେ ବଲିଉଡ ଇଣ୍ଡଷ୍ଟ୍ରି ଛାଡ଼ିବା ପାଇଁ ମଧ୍ୟ ସ୍ଥିର କରିଥିଲେ। କିନ୍ତୁ ସେହି ସମୟରେ ସୈମାନ ସୁବାଷ ଘାଇ ନିଜ ଫିଲ୍ମର ‘ହିରୋ’ ପାଇଁ ହିରୋଇନ ଖୋଜୁଥିବା ସମୟରେ ସେ ମିନାକ୍ଷୀଙ୍କୁ ତାଙ୍କ ଫିଲ୍ମରେ ହିରୋଇନ କରିବା ପାଇଁ ସ୍ଥିର କରିଥିଲେ। ଏହି ଫିଲ୍ମରେ ଅଭିନୟ କରିବା ପାଇଁ କିନ୍ତୁ ମିନାକ୍ଷୀ ରାଜି ହୋଇନଥିଲେ। କିନ୍ତୁ ସୁବାଷ ଘାଇ ତାଙ୍କୁ ଖୁବ୍ ନିବେଦନ କରିବା ପରେ ସେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ରାଜି ହୋଇଥିଲେ।

meenakhi୧୯୮୩ ମସିହାରେ ରିଲିଜ ହୋଇଥିବା ‘ହିରୋ’ ଫିଲ୍ମ ବ୍ଲକବଷ୍ଟର ସାବିତ ହୋଇଥିଲା। ଏହାଳ ପରେ ମିନାକ୍ଷୀ ଶେଷାଦ୍ରୀ ରାତା-ରାତି ମଧ୍ୟରେ ଷ୍ଟାର ହୋଇଯାଇଥିଲେ। ୩୨ ବର୍ଷ ପୂର୍ବରୁ ‘ହିରୋ’ ଫିଲ୍ମ ବକ୍ସ ଅଫିସ୍ ରେ ୧୩ କୋଟି ରୁ ଅଧିକ ଟଙ୍କା ରୋଜଗାର କରିଥିଲା। ସେହି ସମୟରେ କେବଳ ଅମିତାଭ ବଚ୍ଚନଙ୍କ ଫିଲ୍ମ ଏପରି ରୋଜଗାର କରିପାରୁଥିଲା। ଏହାପରେ ମିନାକ୍ଷୀ ଅମିତାଙ ବଚ୍ଚନଙ୍କ ସହ ଫିଲ୍ମରେ ଅଭିନୟ କରିଥିଲେ।

minakhi-ଅମିତାଭ ଏବଂ ମିନାକ୍ଷୀଙ୍କ ଯୋଡି ଫିଲ୍ମ ପରଦାରେ ସୁପରହିଟ୍ ହୋଇଥିଲା। ଶେହେନଶାହା ଫିଲ୍ମ ପରେ ଅମିତାଭ ଏବଂ ମିନାକ୍ଷୀ ମିଶି ‘ଗଙ୍ଗା, ଯମୁନା, ସରସ୍ବତୀ’, ‘ତୁଫାନ’ ଏବଂ ‘ଅକେଲା’ ଏହି ସବୁ ଫିଲ୍ମରେ ଅଭିନୟ କରିଥିଲେ।
୮୦ ଶତକରେ ଶ୍ରୀଦେବୀଙ୍କୁ ଟକ୍କର ଦେବା ଭଳି ଜଣେ ହିଁ ଦମଦାର୍ ନାୟିକା ଥିଲେ, ସେ ହେଉଛନ୍ତି ମିନାକ୍ଷୀ ଶେଷାଦ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.