ଜେଟ ଏୟାରୱେଜ୍ କର୍ମଚାରୀଙ୍କୁ ସହାୟତାର ହାତ, ଟ୍ବିଟର ଜରିଆରେ ମିଳୁଛି ଚାକିରୀ ଅଫର

ନୂଆଦିଲ୍ଲୀ : ଜେଟ ଏୟାରୱେଜର ପରିଚାଳନା ବନ୍ଦ ହୋଇଯିବା ପରେ ପାଖାପାଖି ୨୨ ହଜାର କର୍ମଚାରୀଙ୍କ ରୋଜଗାର ସଙ୍କଟରେ ପଡିଛି। ଆମଦାନୀର ରାସ୍ତା ବନ୍ଦ ହୋଇଯିବା ପରେ କର୍ମଚାରୀଙ୍କ ଜୀବନରେ ଟବ୍ୟୁଲାନ୍ସ ଆସିଯାଇଛି। ଆର୍ଥିକ ଅଭାବରୁ ଲଢ଼ୁଥିବା ଏହି କର୍ମଚାରୀଙ୍କ ପାଇଁ ଏବେ ସାହାର ପାଲଟିଛି ସୋସିଆଲ ମିଡିଆ। ଅନେକ ଛୋଟବଡ କାର‌୍ୟ୍ୟଳୟ ଟ୍ବିଟର ଜରିଆରେ କର୍ମଚାରୀଙ୍କୁ ଚାକିରୀର ପ୍ରସ୍ତାବ ଦେଉଛନ୍ତି।

jet emply

ସ୍ପାଇସଜେଟର ସିଏମଡି ଅଜୟ ସିଂ ୧୦୦ ପାଏଲଟ, ୨୦୦ରୁ ଅଧିକ କ୍ୟାବିନ୍ କ୍ରୁ ଏବଂ ୨୦୦ରୁ ଅଧିକ ଟେକନିକାଲ ଏୟାରପୋର୍ଟ ଷ୍ଟାଫଙ୍କୁ ଚାକିରୀର ଅଫର ଦେଇଛନ୍ତି। ଏହାଛଡ଼ା ପବ୍ଳିଶିଙ୍ଗ କମ୍ପାନୀର ମାଲିକ କଷ୍ଟମର ସପୋର୍ଟ ଫଙ୍କସନ୍ ପାଇଁ ଜେଟର ଦୁଇ କର୍ମଚାରୀଙ୍କୁ ଚାକିରୀ ଦେଇଛନ୍ତି। ଏହାଛଡ଼ା ପିଆର ଫର୍ମ ଏବଂ ମଡେଲିଂ ଏଜେନ୍ସି ମଧ୍ୟ କିଛି କର୍ମଚାରୀଙ୍କୁ ଚାକିରୀ ଅଫର କରିଛନ୍ତି।
ଏହାଛଡ଼ା ଅନଲାଇନ ବୁକ୍ ଷ୍ଟୋର କେକେ ବୁକ୍ସର ମାଲିକ ଶ୍ରୀନିବାସମୂର୍ତ୍ତି ଟାଇମ୍ସ ଅଫ ଇଣ୍ଡିଆଙ୍କୁ କହିଛନ୍ତି, ଜେଟ ଏୟାରୱେଜର କଷ୍ଟମର କେୟାର ସର୍ଭିସ ଦ୍ବାରା ଖୁବ ଆକ୍ରୁଷ୍ଠ ଏବଂ ଏଣୁ ସେ ଏପରି ପରିସ୍ଥିତିରେ କମ୍ପାନୀର ସାହାଯ୍ୟ କରିବାକୁ ଚାହୁଁଛନ୍ତି।

ଦେଖନ୍ତୁ ଜେଟ ଏୟାରୱେଜର କର୍ମଚାରୀଙ୍କୁ ଟ୍ବିଟର ଜରିଆରେ ଆସିଥିବା ଚାକିରୀ ଅଫରର୍ସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.