ଶାସ୍ତ୍ର ଅନୁଯାୟୀ ଦୈନିକ ପୂଜା-ପାଠରେ ମନ୍ତ୍ର ଜପ କରିବାର ମୁଖ୍ୟ ଭୂମିକା ରହିଛି। ମନ୍ତ୍ର ଜପ କରିବା ପାଇଁ ଉଚିତ ସ୍ଥାନ, ସମୟ ଏବଂ ଉଚିତ ମାଳି ପ୍ରୟୋଗ କରିବା ଶୁଭ ହୋଇଥାଏ। ଏଥିସହ କୌଣସି ମନ୍ତ୍ର ଜପ କରିବା ପାଇଁ ତିନୋଟି ବିଧି ବର୍ଣ୍ଣନା କରାଯାଇଛି। ଯାହା- ବାଚିକ, ଉପାଂଶୁ ଏବଂ ମାନସିକ। ଯେଉଁ ଜପରେ ମନ୍ତ୍ରର ପ୍ରତ୍ୟେକ ଅକ୍ଷର ସ୍ପଷ୍ଟ ଉଚ୍ଚାରଣ କରାଯାଇଥାଏ, ତାହାକୁ ବାଚିକ ଜପ କୁହାଯାଇଥାଏ। ବାଣୀ ଦ୍ବାରା ଏହି ଅକ୍ଷର ପ୍ରସ୍ଫୁଟିତ ହୋଇଥାଏ। ଏହିପରି ଭାବେ ମନ୍ତ୍ର ଜପ କରିବାର ଉଚିତ।
ଜାଣନ୍ତୁ ମନ୍ତ୍ର ଜପ କରିବା ସମୟରେ ମାଳିକୁ କିପରି ଧରିବା ଉଚିତ:
ମନ୍ତ୍ର ଜପ ସମୟରେ ମଧ୍ୟମା ଏବଂ ଅନାମିକା ଆଙ୍ଗୁଠିରେ ମାଳି ଗଡାଇବା ଉଚିତ। ଏଥିସହ ଗୋଟିଏ ଗୋଟିଏ ମାଳି ଗଡାଇବା ସମୟରେ ମନ୍ତ୍ର ଜପ କରିବା ଉଚିତ। ଏହି ପ୍ରକାର ମନ୍ତ୍ର ଜପ କରିବା ଦ୍ବାରା ମନୁଷ୍ୟକୁ ଭକ୍ତି-ମୁକ୍ତି ପ୍ରାପ୍ତି ହୋଇଥାଏ ।
ସେହିପରି ଯେଉଁ କାମନା ପାଇଁ ମନ୍ତ୍ର ଜପ କରାଯାଇଥାଏ, ସେଥିରେ ସମ୍ପୂର୍ଣ୍ଣ ଫଳ ପ୍ରାପ୍ତି ହୋଇଥାଏ। ଶାସ୍ତ୍ର ଅନୁଯାୟୀ ସକାଳ ସମୟରେ ମନ୍ତ୍ର ଜପ କରିବା ବେଳେ ମାଳିକୁ ନିଜର ନାଭି ସମ୍ମୁଖରେ ରଖିବା ଉଚିତ। ଦ୍ବିପ୍ରହର ସମୟରେ ମାଳି ଜପ କରିବା ସମୟରେ ମାଳିକୁ ହୃଦୟ ସାମ୍ନାରେ ରଖିବା ଉଚିତ। ସେହିପରି ସନ୍ଧ୍ୟା ସମୟରେ ମନ୍ତ୍ର ଜପ କରୁଥିଲେ ମାଳିକୁ ଆଖି ସାମ୍ନାରେ ରଖିବା ଉଚିତ।