ବାତ୍ୟାରେ ଇଭିଏମ ସୁରକ୍ଷା ଚିନ୍ତା, ଷ୍ଟ୍ରଙ୍ଗ୍‌ରୁମ୍‌ରେ ପ୍ରବେଶ ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ କରାଯାଇଛି ଅବଗତ

କେନ୍ୟୁଜ୍: ବାତ୍ୟାରେ ଇଭିଏମ୍‌ ସୁରକ୍ଷା ଚିନ୍ତା। କେମିତି ଇଭିଏମ୍‌କୁ ବର୍ଷା ଓ ପବନରୁ ସୁରକ୍ଷିତ ରଖାଯିବ ସେନେଇ ପଦକ୍ଷେପ ନିଆଯାଉଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ବାତ୍ୟା ପ୍ରଭାବିତ ଆଶଙ୍କା ଥିବା କିଛି ଜିଲ୍ଲାର କେତେକ ସ୍ଥାନରେ ଇଭିଏମ୍‌କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତାବ ରହିଛି। ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି। ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

Leave A Reply

Your email address will not be published.