ଆଜିକାଲି ଲୋକ ମାନେ ଭାଇରାଲ ହେବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରୁଛନ୍ତି। ଏହିପରି ଜଣେ ଚାଇନାର ମହିଳା ଲାଇଭ ଷ୍ଟ୍ରିମିଂ ସମୟରେ ଜିଅନ୍ତା ଅକ୍ଟୋପସକୁ ଖାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କର ଏହି ପ୍ରଚେଷ୍ଠା ତାଙ୍କ ଉପରେ ଭାରି ପଡିଥିଲା।
ମହିଳା ଜଣଙ୍କ ଜିଅନ୍ତା ଅକ୍ଟୋପସକୁ ଖାଇବାକୁ ଚେଷ୍ଟା କରୁଥିବା ସମୟରେ ଅକ୍ଟୋପସ ତାଙ୍କ ମୁହଁରେ ଚିପକି ରହିବା ସହ ତାହାକୁ ଖାଇବା ଆରମ୍ଭ କରିଥିଲା। ଯାହାକୁ ବାହାର କରିବା ପାଇଁ ମହିଳାଙ୍କୁ ଅନେକ କସରତ କରିବାକୁ ପଡିଥିଲା। ଏହି ଭିଡିଓକୁ ଚାଇନା ସୋସିଆଲ ମିଡିଆରେ ପୋଷ୍ଟ କରାଯିବା ପରେ ତାହା ବହୁ ସଂଖ୍ୟାକ ଭାଇରାଲ ହୋଇଥିଲା। ଏହାକୁ ଖୁବ ଲୋକ ଦେଖିବା ସହ ତାହାକୁ ଖୁବ ଶେୟାର କରାଯାଇଛି।