ଫନିର ତାଣ୍ଡବରେ କଣ ରହିଛି ରାଜଧାନୀର ଚିତ୍ର, ନାସା ଜାରି କଲା ଟ୍ଵିନସିଟି ଫଟୋ

ଭୁବନେଶ୍ୱର(କେନ୍ୟୁଜ୍‌) : ମାତ୍ର ଦୁଇଘଣ୍ଟାର ତାଣ୍ଡବରେ ଓଡିଶାର ଟ୍ଵିନସିଟିର ସ୍ଥିତି ପରିବର୍ତ୍ତନ କରିଛି ସାମୁଦ୍ରିକ ବାତ୍ୟା ଫନି। ବାତ୍ୟା ‘ଫନି’ ତାଣ୍ଡବ ରଚି ଗଲା ପରେ ଦୀର୍ଘ ୫ଦିନ ଧରି ଅନ୍ଧାରରେ ରହିଥିଲା ଟ୍ୱିନସିଟି । ଘୂର୍ଣ୍ଣିବାତ୍ୟା ‘ଫନି’ ପରେ ଓଡ଼ିଶାର ଅନ୍ୟାନ୍ୟ କେତେକ ଅଞ୍ଚଳ ସହ ବିପର‌୍ୟ୍ୟସ୍ତ ହୋଇ ପଡ଼ିଥିବା କଟକ ଓ ଭୁବନେଶ୍ୱର ସହରର ପର ଏବଂ ପୂର୍ବ ଫଟୋ ଶେୟାର୍ କରିଛି ଆମେରିକୀୟ ସ୍ପେସ୍ ଏଜେନ୍ସି ‘ନାସା’ ।


ବାତ୍ୟାର ୫ଦିନ ପରେ ମଧ୍ୟ ଟ୍ଵିନ ସିଟିର ଅଧିକାଂଶ ଅଞ୍ଚଳ ଅନ୍ଧାକାରରେ ରହିଛି। ଏପରିକି ମୋବାଇଲ ନେଟଓ୍ଵାର୍କ ମଧ୍ୟ ସଠିକ୍‌ ହୋଇନାହିଁ। ‘ନାସା’ ସେୟାର୍ କରିଥିବା ଫଟୋଗୁଡ଼ିକ ବାତ୍ୟା ସ୍ଥଳ ଭାଗରେ ପ୍ରବେଶ କରିବାର ଦୁଇ ଦିନ ପୂର୍ବ ଓ ଦୁଇ ଦିନ ପରର । ଅର୍ଥାତ୍ ଏପ୍ରିଲ୍ ୩୦ ତାରିଖ ଏବଂ ମେ ୫ ତାରିଖର । ଏଥିରେ ଓଡ଼ିଶାର ଦୁଇ ପ୍ରମୁଖ ସହର କଟକ ଓ ଭୁବନେଶ୍ୱରର ରାତ୍ରୀକାଳୀନ ଦୃଶ୍ୟ ଦେଖାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.