ଫନି ପାଇଁ ସପ୍ତାହେ ବିଳମ୍ବରେ ବାହାରିବା ମାଟ୍ରିକ ପରୀକ୍ଷାଫଳ

ଫନି ଯୋଗୁଁ ମାଟ୍ରିକ ପରୀକ୍ଷାଫଳ ମେ ପ୍ରଥମ ସପ୍ତାହ ବଦଳରେ ଦ୍ୱିତୀୟ ସପ୍ତାହରେ ପ୍ରକାଶିତ ହେବ ବୋଲି ସୂଚନା ମିଳିଛି । ଏପ୍ରିଲ ୫ ତାରିଖରୁ ମାଟ୍ରିକ ଖାତାର ମୂଲ୍ୟାୟନ ଶେଷ ହୋଇଛି । ଦୀର୍ଘ ଉତ୍ତର ସହ ଓଏମ୍‌ଆର୍‌ ଉତ୍ତର ଖାତା ମୂଲ୍ୟାୟନ ଶେଷ ହୋଇଛି । ମାତ୍ର ଫନି ଯୋଗୁଁ ବିଦ୍ୟୁତ ଯୋଗାଣ ଓ ଅନ୍ୟାନ୍ୟ ଅସୁବିଧା ଯୋଗୁଁ ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ ହୋଇଥିବା କଥା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ୫ଲକ୍ଷ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୨୯୫୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.