ଲିକ୍‌ ହୋଇଗଲା ଅକ୍ଷୟ କୁମାରଙ୍କ ଫିଲ୍ମ ହାଉସଫୁଲ୍‌ ୪ ର କାହାଣୀ , ଖୁବ୍‌ ମଜାଦାର ନଓ୍ଵାଜୁଦ୍ଦିନଙ୍କ ଚରିତ୍ର

ଅାସୁଛି ବହୁ ପ୍ରତିକ୍ଷୀତ ଫିଲ୍ମ ହାଉସଫୁଲ୍‌ ୪ । ହେଲେ ପରଦାକୁ ଅାସିବା ପୂର୍ବରୁ ଲିକ୍‌ ହୋଇସାରିଲାଣି ଫିଲ୍ମର କାହାଣୀ । ଶୁଣିବାକୁ ମିଳିଛି ଫିଲ୍ମଟି ପୁର୍ନଜନ୍ମ ଉପରେ ଅାଧାରିତ । ଏଥିରେ ଅକ୍ଷୟ କୁମାର ଏବଂ ବବି ଦେଓଲଙ୍କର ଦୁଇଟି ଜନ୍ମ ଦେଖାଯାଇଛି ।

ଇଣ୍ଟରଭାଲ୍‌ ପୂର୍ବରୁ ଫିଲ୍ମର କାହାଣୀ ରହିଛି ୧୬ ତମ ଶତାବ୍ଦୀର । ଯେଉଁଥିରେ ଅକ୍ଷୟ କୁମାର ସେହି ଶତାବ୍ଦୀର ରାଜା ହୋଇଛନ୍ତି । ଏବଂ ଭିନ୍ନ ଭିନ୍ନ ଲୁଜରେ ଫିଲ୍ମରେ ନଜର ଅାସିଛନ୍ତି । ଅାଉ ବବି ଦେଓ୍ଵଲ୍‌ ଏହି ରାଜାଙ୍କ ଦରବାରୀ ଚରିତ୍ରରେ ନଜର ଅାସିଛନ୍ତି । ତେବେ ଫିଲ୍ମରେ ସବୁଠାରୁ ମଜାଦାର ଚରିତ୍ର ହେଉଛି ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକଙ୍କ । ଯିଏ କି ଝଡା ଫୁଙ୍କା କରୁଥିବା ଜଣେ ବାବା ହୋଇଛନ୍ତି । ଅାଉ ନଓ୍ଵାଜଙ୍କ ଚରିତ୍ରରୁ ହିଁ ଫିଲ୍ମ ହାଉସଫୁଲ୍‌ ୪ ର କାହାଣୀରେ ଅାସୁଛି ଟୁଇଷ୍ଟ ।

ତେବେ ନଓ୍ଵାଜୁଦ୍ଦିନଙ୍କ ପରାମର୍ଶରେ ଏକ ଖାସ୍‌ ଗୀତ ସୁଟିଂ ଚାଲିଛି । ଏହି ଗୀତରେ ଶହ ଶହ ଚେଲାଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଅାସୁଛନ୍ତି ନଓ୍ଵାଜୁଦ୍ଦିନ୍‌ ।

ଅନ୍ୟପଟେ ମି ଠୁ କ୍ୟାମେ୍ପନ୍‌ ଯୋଗୁଁ ଫିଲ୍ମରୁ ସାଜିଦ୍‌ ଖାନ୍‌ ଏବଂ ନାନା ପାଟେକରଙ୍କୁ ଫିଲ୍ମରୁ ବାହାର କରିଦିଅାଯାଇଛି । ନାନା ପାଟେକରଙ୍କ ସ୍ଥାନରେ ବାହୁବଳୀ ଷ୍ଟାର୍‌ ରାଣା ଦୁଗୁବତୀଙ୍କୁ ଫିଲ୍ମରେ ନିଅାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.