ଏବେ ସାରା ଦେଶରେ ବ୍ୟବହାର କରାଯିବ ଗୋଟିଏ ସମୟ, ଶୀଘ୍ର ପ୍ରସ୍ତୁତ ହେବ ଆଇନ୍

ଯେପରି ଜର୍ମାନୀରେ ଜର୍ମାନ ସମୟ ବୈଧାନିକ ସମୟ ବା ଷ୍ଟାଣ୍ଡାର୍ଡ ଟାଇମ୍‌ ଅଟେ ସେହିପରି ଭାରତରେ ମଧ୍ୟ ତାର ବା ଷ୍ଟାଣ୍ଡାର୍ଡ ଟାଇମ୍‌ର ବ୍ୟବହାର କରାଯିବ । ଦେଶରେ ଭାରତୀୟ ସମୟର ବ୍ୟବହାର ଅନିବାର୍ଯ୍ୟ କରିବା ପାଇଁ ଆଇନ୍ ପ୍ରସ୍ତୁତ କରାଯିବ । ଯାହାପରେ ଦେଶର ନିଜ ଷ୍ଟାଣ୍ଡାର୍ଡ ଟାଇମ୍‌ ରହିବ । ନ୍ୟାସନାଲ ଫିଜିକାଲ ଲାବରେଟୋରୀ (ଏନପିଏଲ୍)ଏବେ ରେଲୱେରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ସେକ୍ଟର ପର୍ଯ୍ୟନ୍ତ ସମସ୍ତଙ୍କୁ ସଠିକ୍ ସମୟ ଜଣାଇବ ।

time watchଏନପିଏଲର ନିର୍ଦ୍ଦେଶକ ଡଃ. ଦୀନେଶ କୁମାର ଅସବାଲ ସୋମବାର ଦିନ କହିଛନ୍ତି କି, ସରକାର ଦେଶରେ ସବୁ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଉଥିବା ସମୟକୁ ଏନପିଏଲ ଘଣ୍ଟାର ଅନୁରୂପ କରିବାକୁ ଯୋଜନା କରୁଛନ୍ତି । ଏନପିଏଲର ସମୟ ଅନ୍ତରାଷ୍ଟ୍ରୀୟ ସମୟ ତୁଳନାରେ ୨.୭ ନେନୋ ସେକେଣ୍ଡ ପର୍ଯ୍ୟନ୍ତ ସଠିକ୍ ଅଟେ । ବର୍ତ୍ତମାନ ଦେଶର ସଠିକ୍ ସମୟ ଆକାଶବାଣୀ ଏବଂ ଦୂରଦର୍ଶନ ଦ୍ବାରା ପହଁଚା ଯାଉଛି ।

time in indiaଦୀନେଶ କୁମାର କହିଛନ୍ତି କି, ସରକାରଙ୍କ ଏହି ଯୋଜନା ପୂରା ଦେଶରେ କେବଳ ଗୋଟିଏ ସମୟର ବ୍ୟବହାର ପାଇଁ । ଯାହା ଭାରତ ନାମକ ସମୟ ବା ଷ୍ଟାଣ୍ଡାର୍ଡ ଟାଇମ୍‌ ହେବ । ଏହାକୁ ବାଧ୍ୟତାମୂଳକ କରିବା ପାଇଁ ସରକାର ଶୀଘ୍ର ସଂସଦରେ ବିଲ୍ ଆଣିବେ । ଏ ନେଇ ମନ୍ତ୍ରାଳୟର ଅଧିକାରୀମାନଙ୍କ ସହିତ ତାଙ୍କର ଚର୍ଚ୍ଚା ଚାଲିଛି । ଇସ୍ରୋ ଏହାର ବ୍ୟବହାର ଆରମ୍ଭ କରି ସାରିଲାଣି ।

time_artworkଡିଜିଟାଲ ନେଣଦେଣରେ ସାଇବର ସୁରକ୍ଷା ପାଇଁ ସଠିକ୍ ସମୟର ଜରୁରୀ ଅଟେ । ବହୁ ବିକଶିତ ଦେଶରେ ତାଙ୍କର ସ୍ଥାନୀୟ ସମୟ ହିଁ ଏକମାତ୍ର ବୈଧାନିକ ସମୟ ଅଟେ।  ଏଠାକାର ଲୋକେ ଅନ୍ୟ କୌଣସି ସମୟର ବ୍ୟବହାର କରିପାରିବେ ନାହିଁ । ତେବେ, ଭାରତରେ ବର୍ତ୍ତମାନ ଅଫିସିଆଲ୍ ସମୟ ରହିଛି କିନ୍ତୁ ଏହାକୁ ବୈଧାନିକ ରୂପ ଦିଆଯାଇନାହିଁ । ଏହି କାରଣରୁ ଆମେ କୌଣସି ବି ସମୟର ବ୍ୟବହାର କରିବା ନେଇ ସ୍ବତନ୍ତ୍ରତା ପାଇଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.