ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି, ସ୍ୱାମୀ ସାଜିଲା ସୈତାନ୍

ବାଲେଶ୍ୱର : ସ୍ୱାମୀ ସାଜିଲା ସୈତାନ୍। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ମାରି ଦେଲା। ଏହାପରେ ନିଜେ ନିଜକୁ ହତ୍ୟା କଲା। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବରିପଦା ଗାଁରେ। ମୃତକମାନେ ହେଲେ ବୁଧୀରାମ ମାଝୀ ଓ ତାଙ୍କ ସ୍ତ୍ରୀ ତୁଳସୀ ମାଝୀ। ଗତ କିଛି ମାସ ହେବ ତୁଳସୀଙ୍କ ଚରିତ୍ରକୁ ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଗତକାଲିର ଝଗଡ଼ା ପରେ ଉତ୍ୟକ୍ତ ହୋଇ ବୁଧିରାମ ତୁଳସୀଙ୍କ ମୁଣ୍ଡକୁ ପିଟି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ନିଜେ ଫ୍ୟାନରେ ଝୁଲି ପଡ଼ିଥିଲେ ବୁଧୀରାମ। ଆଜି ସକାଳୁ ପଡ଼ୋଶୀ ଏନେଇ ଖନ୍ତାପଡ଼ା ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.