କିଆରାଙ୍କୁ ମିଳିଲା ପ୍ରଥମ ଲିଡ୍ ଫିଲ୍ମ, ଆସିପାରନ୍ତି ରଣବୀରଙ୍କ ସହ ନଜର

ମୁମ୍ବାଇ : ଧୋନୀଙ୍କ ବାୟୋପିକ୍ ଏମଏସ ଧୋନୀ ଦ ନଟୋଲ୍ଡ ଷ୍ଟୋରୀରୁ ଅଭିନୟ ଜୀବନ ଆରମ୍ଭ କରିଥିବା ଅଭିନେତ୍ରୀ କିଆରାଙ୍କୁ ମିଳିଛି ଏକ ଫିଲ୍ମରେ ମୁଖ୍ୟ ଚରିତ୍ରର ସୁଯୋଗ। ଏହି ଫିଲ୍ମର ନାମ ଇନ୍ଦୁ କି ଜବାନୀ ରହିଛି। ସୋସିଆଲ ମିଡିଆରେ କିଆରା ଏହି ଫିଲ୍ମ ବିଷୟରେ ଶେୟାର କରିବା ସହ ନିଜର ଖୁସି ବ୍ୟକ୍ତ କରିଥିଲେ। ତେବେ ଫିଲ୍ମଟି ମହିଳାଙ୍କ ଉପରେ କେନ୍ଦ୍ରିତ ବୋଲି ଜଣାପଡିଛି। ଇନ୍ଦୁ କି ଜବାନୀ ଏକ ଗୁଜରାତୀ ଫିଲ୍ମର ରିମେକ ବୋଲି ଶୁଣିବାକୁ ମିଳିଥିବା ବେଳେ ଏଥିରେ ମୁଖ୍ୟ ଅଭିନେତା ଭାବେ ରଣବୀର ସିଂଙ୍କୁ ଦେଖାଯାଇପାରେ।

Kiara-Advani-in-Indoo-Ki-Jawani

ସୋସିଆଲ ମିଡିଆରେ ଫିଲ୍ମ ବିଷୟରେ କହିବାକୁ ଯାଇ କିଆରା କହିଥିଲେ, ଇନ୍ଦୁ ଏକ ତୀବ୍ର, ଶାନ୍ତି ଏବଂ ବିଚିତ୍ର ଚରିତ୍ର ଉପରେ ଆଧାରିତ। ଏହା ସଂପୂର୍ଣ୍ଣ ଭାବେ ଏକ ନୂତନ କାହାଣୀ । ଏହାକୁ ନେଇ ବିଭିନ୍ନ ପ୍ରକାରର ପ୍ରସ୍ତୁତି ଚଳାଇଛି । ଏହାର ସୁଟିଂ ଆରମ୍ଭକୁ ନେଇ ମୁଁ ବହୁତ ଆଶାବାଦୀ ରହିଛି।

Leave A Reply

Your email address will not be published.