ପାରାଦୀପ ବନ୍ଦରର ଐତିହାସିକ ରେକର୍ଡ

ପାରାଦୀପ(କେନ୍ୟୁଜ୍) : ପାରାଦୀପ ବନ୍ଦରର ଐତିହାସିକ ରେକର୍ଡ। ୨୪ଘଣ୍ଟାରେ ୩୦ଟି ଜାହାଜ ଚଳାଚଳ କରି ଏହି ରେକର୍ଡ ସୃଷ୍ଟି କରିବାରେ ପାରାଦୀପ ବନ୍ଦର ହେଉଛି ପ୍ରଥମ ବନ୍ଦର। ପୂର୍ବରୁ ୨୪ଘଣ୍ଟାର ୨୭ଟି ଜାହାଜ ଚଳାଚଳ କରି ରେକର୍ଡ ସୃଷ୍ଟି କରିଥିବା ବେଳେ ଗତକାଲି ସକାଳ ୭ଟାରୁ ଆଜି ସକାଳ ୭ଟା ଭିତରେ ୩୦ଟି ଜାହାଜ ଚଳାଚଳ କରି ଆଉ ଏକ ରେକର୍ଡ ସୃଷ୍ଟି କରିଛି। ଏହି ୨୪ଘଣ୍ଟାରେ ବନ୍ଦ ମଧ୍ୟକୁ ୧୦ଟି ଜାହାଜ ପ୍ରବେଶ କରିଥିବା ବେଳେ ୯ଟି ଜାହାଜ ପ୍ରସ୍ଥାନ କରିଛି। ୩ଟି ଜାହାଜ ସିପଟିଙ୍ଗ ହୋଇଥିବା ବେଳେ ୮ଟି ସପୋଟ୍‌ ଭେସେଲ ହ୍ୟାଣ୍ଡେଲ କରାଯାଇଛି। ବନ୍ଦର ମଧ୍ୟକୁ ୩୯ଟି ଜାହାଜ ପ୍ରବେଶ କରିବା ପାଇଁ ଏବେ ଅପେକ୍ଷାରେ ଅଛନ୍ତି ବୋଲି ବନ୍ଦରର ଉପ ସଂରକ୍ଷକ କ୍ୟାପଟେନ୍‌ ଅତୁଲ୍ୟ ମହାପାତ୍ର ସୂଚନା ଦେଇଛନ୍ତି। ଗତବର୍ଷ ୧୦୯ ମିଲିୟନ୍‌ ଟନ୍‌ ପଣ୍ୟ କାରବାର କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପାରାଦୀପ ବନ୍ଦର ଚଳିତ ବର୍ଷ ୧୨୦ ମିଲିୟନ୍‌ ଟନ୍‌ ପଣ୍ୟ କାରବାର କରି ଏକ ନମ୍ବର ବନ୍ଦର ହେବାର ଲକ୍ଷ୍ୟ ରଖିଛି ପାରାଦୀପ ବନ୍ଦର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.