କେନ୍ୟୁଜ୍: ଅସହ୍ୟ ତାତିରେ ଆଉଟୁ ପାଉଟୁ ଓଡ଼ିଶା। ପ୍ରବଳ ଗ୍ରୀଷ୍ଣଲହରୀରେ ସନ୍ତୁଳି ହେଉଛନ୍ତି ଲୋକେ। ବୁଧବାର ରାଜ୍ୟର ୭ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ ଓ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ବଲାଙ୍ଗୀରରେ ପାରା ୪୧.୫ ଡିଗ୍ରୀ ପହଞ୍ଚିଥିବା ବେଳେ ଝାରସୁଗୁଡ଼ା ଓ ଭବାନୀପାଟଣା ମଧ୍ୟ ୪୧.୫ ଡିଗ୍ରୀରେ ସିଝିଛି। ଅନୁଗୁଳ ଓ ତାଳଚେରର ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶା ତୁଳନାରେ ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମାତ୍ର ପଶ୍ଚିମ ଓଡ଼ିଶାର ତାପମାତ୍ରା ଅସହ୍ୟ ରହିଛି। ସକାଳ ୧୦ଟା ସୁଦ୍ଧା ଝାଞ୍ଜି ବହୁଛି। ରାସ୍ତାଘାଟ ସବୁ ଶୁନଶାନ ହୋଇଯାଉଛି। ଘରୁ ପଦାକୁ ବାହାରିବା ସହଜ ହେଉନାହିଁ।