ହିଞ୍ଜିଳି ନା ବିଜେପୁର ? କେଉଁ ଆସନ ରଖିବେ କେଉଁଟିକୁ ଛାଡିବେ ମୁଖ୍ୟମନ୍ତ୍ରୀ

ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା। ବିଧାନସଭା ନିର୍ବାଚନଣ୍ଡଳୀରେ ୩୪ ହଜାର କଚ୍ଚାଘରକୁ ପକ୍କା କରାଯିବ। ଆସନ୍ତା ୨ବର୍ଷ ଭିତରେ ବିଜେପୁର ନିର୍ବାଚନମଣ୍ଡଳୀର ସମସ୍ତ ଘରକୁୁ ପାଇପ ଯୋଗେ ପାଣି ଯୋଗାଯିବ। ୨ଟି ବଡ଼ ପାଇପ ଯୋଗେ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ୧୧୨୦ କୋଟି। ନିର୍ବାଚନଣ୍ଡଳୀ ସବୁ କ୍ଷେତ୍ରରେ ବିକାଶ ଲାଗି ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ବିଜୁଳି ସଂଯୋଗ ପାଇଁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ଚର୍ଚ୍ଚା ଚାଲିଛି, ନବୀନ ହିଞ୍ଜିଳି ଛାଡିବେ ନା ବିଜେପିରୁ। ଏତିକି ବେଳେ ମୁଖ୍ୟମନ୍ତ୍ରୀଙ୍କ ଏ ପ୍ୟାକେଜ ଘୋଷଣା ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି। ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ସବୁ କିଛି ନିର୍ଭର କରୁଛି ବିଜେଡି ସୁପ୍ରିମୋଙ୍କ ଉପରେ। ଗତ ବିଜେପୁର ଉପ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେପୁରର ବିକାଶ କଥା ନିଜେ ଦେଖିବେ, ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇ ଆସୁଛନ୍ତି।

ଅନ୍ୟପଟେ ପଶ୍ଚିମଓଡ଼ିଶାରୁ ଲୋକସଭା କ୍ଷେତ୍ରରେ ବିଜେଡିକୁ ପରାଜୟ ସାମ୍ନା କରିବାକୁ ପଡ଼ିଛି। ୫ ଲୋକସଭା ଆସନ ବିଜେପିକୁ ଖାତାକୁ ଯାଇଛି। କିନ୍ତୁ ଏହାସତ୍ୱେ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳରେ ପଶ୍ଚିମ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ୬ ଜଣ ପଶ୍ଚିମଓଡ଼ିଶାରୁ ସ୍ଥାନ ପାଇଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ।ଟ୍ଟ

ନବୀନଙ୍କ ନିଷ୍ପତ୍ତି ଏବେ ଦୋଛକିରେ ରହିଛି। ଗଞ୍ଜାମବାସୀ କହୁଛନ୍ତି, ହିଞ୍ଜିଳି ନ ଛାଡନ୍ତୁ ନବୀନ। ସେପଟେ ବିଜେପୁରବାସୀ କହୁଛନ୍ତି, ମୁଖ୍ୟମନ୍ତ୍ରୀ ଏହି ଆସନରୁ ବିଧାୟକ ରୁହନ୍ତୁ। ତେଣୁ ନବୀନଙ୍କ ପାଇଁ ନିଷ୍ପତ୍ତି ନେବା ବି ସହଜ ହେବ ନାହିଁ।

ଉପ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ। ଏବେ ପୁଣିଥରେ ପ୍ୟାକେଜ ଘୋଷଣା କରିଛନ୍ତି । ଅର୍ଥାତ ଆଗାମୀ ଦିନରେ ପୁଣିଥରେ ବିଜେପୁର ଉପ ନିର୍ବାଚନ ହେବ କି? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.